Image Courtesy of TOI
ଓ୍ଵାସିଂଟନ୍: ଆମେରିକାର ସ୍ଥଳ ଆକ୍ରମଣ ଜରିଆରେ ଉତ୍ତର କୋରିଆର ସମସ୍ତ ଆଣବିକ ଅସ୍ତ୍ରଶସ୍ତ୍ରର ସ୍ଥାନ ନିରୂପଣ କରି ସେ ସବୁକୁ ଅକ୍ତିଆର କରି ହେବ ବୋଲି ଜଣେ ଆମେରିକୀୟ ସାଂସଦଙ୍କୁ ଜଣେ ପେଣ୍ଟାଗନ୍ ଅଧିକାରୀ ଲେଖିଥିବା ପତ୍ରରୁ ଉଦ୍ଧାର କରି ଶନିବାର ଦିନ ଓ୍ଵାସିଂଟନ୍ ପୋଷ୍ଟ୍ ରିପୋର୍ଟ କରିଛି।
ଏ ଭଳି ବିବାଦ ପିୟୋଙ୍ଗ୍ୟାଙ୍ଗ୍କୁ ବୈବିକ ଏବଂ ରାସାୟନିକ ଆସ୍ତ୍ର ପ୍ରୟୋଗ କରିବାକୁ ପ୍ରଚୋଦିତ କରିପାରେ ବୋଲି ପେଣ୍ଟାଗନ୍ର ଜଏଣ୍ଟ୍ ଷ୍ଟାଫ୍ଙ୍କ ଦ୍ୱାରା ଲିଖିତ ସେ ପତ୍ରରେ ଉଲ୍ଲେଖ ଅଛି।
ଉତ୍ତର କୋରିଆ ସହ ଆମେରିକା ଏବଂ ତା’ର ମିତ୍ର ଶକ୍ତି ଜାପାନ, ଦକ୍ଷିଣ କୋରିଆ ଏବଂ ଗୁଆମ୍ ମିଳିତ ଭାବେ ଉତ୍ତର କୋରିଆ ସହ ଯୁଦ୍ଧ କଲେ କେତେ ପରିମାଣ ଜୀବନ ହାନି ଘଟିବ ବୋଲି କଂଗ୍ରେସର ଦୁଇ ଜଣ ସଦସ୍ୟଙ୍କ ଅନୁରୋଧର ଉତ୍ତରରେ ଆମେରିକୀୟ ପ୍ରତିରକ୍ଷା ବିଭାଗ ଏହି ପତ୍ର ପଠାଇଛନ୍ତି।
Follow Us