ଇମ୍ରାନ ଖାନଙ୍କୁ ହତ୍ୟା ଧମକ ପରେ ଇସଲାମାବାଦରେ ବୃଦ୍ଧି ପାଇଲା ସୁରକ୍ଷା ବ୍ୟବସ୍ଥା

Advertisment
ଇମ୍ରାନ ଖାନଙ୍କୁ ହତ୍ୟା ଧମକ ପରେ ଇସଲାମାବାଦରେ ବୃଦ୍ଧି ପାଇଲା ସୁରକ୍ଷା ବ୍ୟବସ୍ଥା

Image Courtesy: The Dawn

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚା ଯାଇଥିବାର ଖବର ପ୍ରଚାରିତ ହେବା ପରେ ସହରର ଆଖପାଖ ଅଞ୍ଚଳରେ ସୁରକ୍ଷା ଏଜେନ୍‌ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ବୋଲି ଇସଲାମାବାଦ ପୁଲିସ କହିଛି।

ଇସଲାମାବାଦରେ ଧାରା ୧୪୪ ଲାଗୁ ହୋଇସାରିଛି ଏବଂ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ଇସଲାମାବାଦ ପୁଲିସ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।

ଇସଲାମାବାଦରେ ଅବସ୍ଥିତ ଏକ ଆବାସିକ ଅଞ୍ଚଳ ବାନି ଗାଲାରେ ପାକିସ୍ତାନ ତେହରିକ-ଏ-ଇନସାଫ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ଏକ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ବିଭାଗ ବାନି ଗାଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନିୟୋଜିତ କରିଛି। ବାନି ଗାଲାରେ ଧାରା ୧୪୪ ଲାଗୁ କରାଯାଇଛି। ପାକିସ୍ତାନ ପୁଲିସ ଆହୁରି ମଧ୍ୟ କହିଛି, ଇସଲାମାବାଦ ପୁଲିସ ଆଇନ ଅନୁଯାୟୀ ଇମ୍ରାନ ଖାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବ ଏବଂ ଇମ୍ରାନ ଖାନଙ୍କ ସୁରକ୍ଷା ଦଳଠାରୁ ମଧ୍ୟ ପାରସ୍ପରିକ ସହଯୋଗ ଆଶା କରାଯାଉଛି।

publive-image Image Courtesy: The Dawn

ଇମ୍ରାନ ଖାନଙ୍କ ପୁତୁରା ହାସନ ନିଆଜି କହିଛନ୍ତି ଯେ ଯଦି ପାକିସ୍ତାନ ତେହରିକ-ଏ-ଇନସାଫ ମୁଖ୍ୟଙ୍କ ସହ କିଛି ହୁଏ, ତେବେ ଏହାକୁ ପାକିସ୍ତାନ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ। ଆମ ନେତା ଇମ୍ରାନ ଖାନଙ୍କ ସହ ଯାହା କିଛି ଘଟେ, ତାକୁ ପାକିସ୍ତାନ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ ଏବଂ ପ୍ରତିକ୍ରିୟା ଆକ୍ରମଣାତ୍ମକ ହେବ ବୋଲି ଇମ୍ରାନ ଖାନଙ୍କ ପୁତୁରା ହାସନ ନିଆଜି କହିଛନ୍ତି।

ଫୱାଦ ଚୌଧୁରୀ ପୂର୍ବରୁ କହିଥିଲେ ଯେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ରବିବାର ଦିନ ଇସଲାମାବାଦ ଆସୁଛନ୍ତି। ଚୌଧୁରୀ କହିଥିଲେ ଯେ ଦେଶର ସିକ୍ୟୁରିଟି ଏଜେନ୍‌ସିମାନେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ପାଇଁ ଏକ ‘ଷଡଯନ୍ତ୍ର’ ବିଷୟରେ ସୂଚନା ଦେଇଛନ୍ତି। ଏହି ରିପୋର୍ଟ ପରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe