ବିମାନବନ୍ଦରରେ ଯୁବକର ଉନ୍ମତ୍ତ କାଣ୍ଡ, ହେଲିକପ୍ଟରକୁ ପଥର ମାଡ଼ କରି ଗିରଫ

ନିର୍ବାଚନ ପାଇଁ ଚାର୍ଟର୍ଡ ହେଲିକପ୍ଟର ଚାହିଦାରେ ବୃଦ୍ଧି

image source-newsstate.com

ଭୋପାଳ: କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବିମାନବନ୍ଦରରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ରାଜା ଭୋଜ ବିମାନବନ୍ଦରରେ ଗତକାଲି ଏଭଳି ଏକ କାଣ୍ଡ ଘଟିଛି। ଏଠାରେ ଜଣେ ଯୁବକ ହ୍ୟାଙ୍ଗରରେ ଛିଡ଼ା ହୋଇଥିବା ଏକ ହେଲିକେପ୍ଟରକୁ ବଡ଼ କ୍ଷତି ପହଞ୍ଚାଇଥିବା ଜଣାଯାଇଛି । ଯୁବକଜଣକ ପଥର ମାଡ଼ କରି ହେଲିକପ୍ଟରକୁ ବ୍ୟାପକ କ୍ଷତି ପହଞ୍ଚାଇଛି ।
ଯୁବକକୁ ଧରିବା ପାଇଁ ସିଆଇଏସଏଫ୍ ଯବାନମାନେ ଦୌଡ଼ିଥିଲେ । କିନ୍ତୁ ସଂପୃକ୍ତ ଯୁବକ ରନୱେ ଆଡ଼କୁ ଦୌଡ଼ି ପଳାଇଥିଲା । ସେହି ସମୟରେ ରନୱେରେ ସ୍ପାଇସଜେଟର ଏକ ବିମାନ ଠିଆ ହୋଇଥିଲା । ଯୁବକ ଜଣକ ବିମାନ ଆଗକୁ ପହଞ୍ଚି ଯାଇଥିଲା । ପରେ ତାକୁ ସିଆଇଏସଏଫ୍ ଯବାନମାନେ ଧରିବାରେ ସକ୍ଷମ ହୋଇଥିଲେ ।Image result for airport bhopalimage source-free press journal
ଏହି ଘଟଣା ସଂପର୍କରେ ସିଆଇଏସଏଫ୍ ଡେପୁଟି କମାଣ୍ଡାଣ୍ଟ୍ ବୀରେନ୍ଦ୍ର ସିଂହ କହିଛନ୍ତି ଯେ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଏଭଳି କରୁଥିବା ଜଣାପଡ଼ୁଥିଲା । ଉକ୍ତ ଯୁବକର ନାମ ଯୋଗେଶ ତ୍ରିପାଠୀ ଏବଂ ତାର ବୟସ ୨୫ ବର୍ଷ। ତା’ର ଘର ଭୋପାଳରେ ବୋଲି ଜଣାଯାଇଛି।
ମାତ୍ର ସେ କାହିକି ହେଲିକପ୍ଟର ଉପରକୁ ପଥରମାଡ଼ କରିଥିଲା ଜଣାପଡ଼ି ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।

ତେବେ ଉକ୍ତ ସ୍ପାଇସଜେଟରେ ୪୬ଜଣ ଯାତ୍ରୀ ଯାତ୍ରା କରୁଥିବା ନେଇ ସୂଚନା ଦେଇଛନ୍ତି ସିଆଇଏସଏଫ୍ ଡେପୁଟି କମାଣ୍ଡାଣ୍ଟ୍ ବୀରେନ୍ଦ୍ର ସିଂହ। ଏହି ଅଘଟଣ କାରଣରୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ସ୍ପାଇସଜେଟ ଉଦୟପୁର ଅଭିମୁଖେ ଯାତ୍ରା କରିଥିଲା ବୋଲି ବି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe