ଗାଜା ଦଖଲ ପାଇଁ ନେତାନ୍ୟାହୁଙ୍କ ଯୋଜନାକୁ ସୁରକ୍ଷା କ୍ୟାବିନେଟର ଅନୁମୋଦନ

ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ସହର ଦଖଲ ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି। ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଗାଜା...

Untitled-16

ତେଲ ଅଭିଭ୍: ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ସହର ଦଖଲ ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି। ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଗାଜା ସହରକୁ ଅକ୍ତିଆର କରିବା ପାଇଁ ପ୍ରସ୍ତୁତି କରିବ ଏବଂ ଯୁଦ୍ଧକ୍ଷେତ୍ର ବାହାରେ ସାଧାରଣ ଲୋକଙ୍କୁ ମାନବିକ ସହାୟତା ପ୍ରଦାନକୁ ସୁନିଶ୍ଚିତ କରିବ ବୋଲି କାର୍ଯ୍ୟାଳୟ କହିଛି।
ଅଧିକାଂଶ କ୍ୟାବିନେଟ୍ ମନ୍ତ୍ରୀ ବିଶ୍ୱାସ କରୁଥିଲେ ଯେ ଉପସ୍ଥାପିତ ବିକଳ୍ପ ଯୋଜନା ହମାସର ପରାଜୟ କିମ୍ବା ବନ୍ଧକମାନଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିବ ନାହିଁ। ଯୋଜନା ବିଷୟରେ ଅଧିକ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଗୁରୁବାର ନେତାନ୍ୟାହୁ କହିଥିଲେ ଯେ ଇସ୍ରାଏଲ ଗାଜା ଦଖଲ କରିବାକୁ ଚାହୁନାହିଁ। ସେ କହିଛନ୍ତି ଯେ ତାଙ୍କ ଦେଶର ଏକମାତ୍ର ଲକ୍ଷ୍ୟ ହେଉଛି ହମାସକୁ ଧ୍ୱଂସ କରିବା, ଆମର ବନ୍ଧକମାନଙ୍କୁ ଫେରାଇ ଆଣିବା ଏବଂ ଏକ ଅସ୍ଥାୟୀ ସରକାରଙ୍କୁ ଶାସନ ହସ୍ତାନ୍ତର କରିବା। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲ ଯଥାଶୀଘ୍ର ଯୁଦ୍ଧ ଶେଷ କରିବା ପରେ ଗାଜାର ସୁରକ୍ଷାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଛି। ଆମେ ଏହାକୁ (ଗାଜା) ପାଲେଷ୍ଟାଇନ୍ କର୍ତ୍ତୃପକ୍ଷ କିମ୍ବା ହମାସକୁ ହସ୍ତାନ୍ତର କରିବୁ ନାହିଁ। ଆମେ ସାମଗ୍ରିକ ସୁରକ୍ଷା ପ୍ରଦାନ କରିବୁ। ଆମ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ନେତାନ୍ୟାହୁ କହିଛନ୍ତି, ଆମେ ଖୁବ୍ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ଚାହୁଛୁ। ଏହା ଦ୍ରୁତ ଗତିରେ ହେବ। ଯଦି ହମାସ ପରାଜୟ ସ୍ୱୀକାର କରେ ଏବଂ ଅସ୍ତ୍ରଶସ୍ତ୍ର ସମର୍ପଣ କରି ବନ୍ଦୀମାନଙ୍କୁ ମୁକ୍ତ କରେ, ତେବେ ଆସନ୍ତାକାଲି ଏହା ଶେଷ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe