Image Source: Zee News
ଜମ୍ମୁ: ଅମରନାଥ ଯାତ୍ରା ସମୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ ସତର୍କ ସୂଚନା ଦୃଷ୍ଟିରୁ ସରକାର ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି। ଜୁଲାଇ ପହିଲାରୁ ଆରମ୍ଭ ହେବ ବାର୍ଷିକ ଅମରନାଥ ଯାତ୍ରା।
ପବିତ୍ର ଗୁମ୍ଫାକୁ ଯାତ୍ରା କରୁଥିବା ଓ ଫେରୁଥିବା ଯାତ୍ରୀମାନଙ୍କ ଉପରେ ଟ୍ରାକ୍ ରଖିବାକୁ ଯାତ୍ରୀମାନଙ୍କୁ ‘ବାର୍କୋଡ୍’ ସ୍ଲିପ୍ ଦେବା ପାଇଁ ନିରାପତ୍ତା ଏଜେନ୍ସି ସ୍ଥିର କରିଛନ୍ତି।
ଅଧିକ ଜାଗ୍ରତ ରହି ଯାତ୍ରୀମାନଙ୍କ ସମ୍ପୂର୍ଣ୍ଣ ନିରାପତ୍ତା ଉପରେ ଦୃଷ୍ଟି ଦେବାକୁ ସିଆର୍ପିଏଫ୍ ସମେତ ପାରାମିଲିଟାରି ଫୋର୍ସଙ୍କୁ ନିର୍ଦେଶ ଦେଇଛନ୍ତି।
ଏଥର ଅମରନାଥ ଯାତ୍ରରେ ଯାତ୍ରୀ ପରିବହନ କରୁଥିବା ଯାନବାହାନ ଏବଂ ଅନ୍ୟ ବେସାମରିକ ଯାନଗୁଡ଼ିକରେ ଅଧିକ ସଂଖ୍ୟକ ଉନ୍ନିତ ଆର୍ଏଫ୍ଆଇଡିର (ରେଡିଓ-ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବହାର କରାଯିବ।
Image Source: Times of Indiaଏହାଛଡ଼ା ଏହି ୪୬ ଦିନିଆ ଯାତ୍ରା ପାଇର୍ ଦୁଇଟି ରାସ୍ତାରେ ୪୦ ହଜାର ସେଣ୍ଟ୍ରାଲ୍ ପାରାମିଲିଟାରି ଏବଂ ରାଜ୍ୟ ପୁଲିସ କର୍ମଚାରୀ ନିୟୋଜିତ ହେବେ। ଯାତ୍ରା ପାଇଁ ପାରମ୍ପରିକ ରାସ୍ତା ରହିଛି ଅନନ୍ତନାଗ ଜିଲ୍ଲାର ପାହାଲଗାମ ଠାରେ ଏବଂ ଅନ୍ୟଟି ରହିଛି ଗନ୍ଦେରବାଲ ଜିଲ୍ଲାର ବାଲତଲ୍ ଠାରେ।
ଅଗଷ୍ଟ ୧୫ ତାରିଖ ରକ୍ଷାବନ୍ଧନ ଦିନ ଏହି ବାର୍ଷିକ ଯାତ୍ରା ସମାପନ ହେବ।
Follow Us