ଜମ୍ମୁ ଓ କଶ୍ମୀର: ଉରିସ୍ଥିତ ସେନା କ୍ୟାମ୍ପ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣ ଭଣ୍ଡୁର କଲା ନିରାପତ୍ତା ବଳ

ଜମ୍ମୁ ଓ କଶ୍ମୀର: ଉରିସ୍ଥିତ ସେନା କ୍ୟାମ୍ପ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣ ଭଣ୍ଡୁର କଲା ନିରାପତ୍ତା ବଳ

ଜମ୍ମୁ: ଉରି ସୀମାନ୍ତ ସହର ଅନ୍ତର୍ଗତ ରାଜାରଓ୍ଵାନି ଠାରେ ଥିବା ସେନାର କମାଣ ୟୁନିଟ୍‌ ଉପରେ ଆତଙ୍କବାଦୀମାନଙ୍କର ଯୋର୍‌ଦାର୍‌ ଆକ୍ରମଣ ଉଦ୍ୟମକୁ ଟାଳି ଦେଇଛି ନିରାପତ୍ତା ବଳ।

ସେନାର କମାଣ ୟୁନିଟ୍‌ରେ ମୁତୟନ ହୋଇଥିବା ନିରାପତ୍ତା କର୍ମଚାରୀମାନେ ବିଳମ୍ବିତ ରାତ୍ରୀରେ କ୍ୟାମ୍ପ୍‌ ଚତୁଃପାର୍ଶ୍ୱରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରି କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ଭଣ୍ଡୁର କରିବାକୁ ଗୁଳି ଚଳାଇଥିଲେ।

ନିରାପତ୍ତା କର୍ମଚାରୀଙ୍କ ଗୁଳି ଚାଳନା ଯୋଗୁଁ ଅନ୍ୟୂନ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଏକ ଅସମର୍ଥିତ ଖବରରୁ ଜଣାପଡ଼ିଛି।
ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇ କମ୍ବିଙ୍ଗ୍‌ ଓ ସର୍ଚ ଅପରେସନ୍‌ ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଜମ୍ମୁ ଓ କଶ୍ମୀର ପୁଲିସ ଓ ସେନାବାହିନୀ।

ସମ୍ପୃକ୍ତ ଅଞ୍ଚଳରେ ମୁତୟନ କରାଯାଇଥିବା ସେନା ଓ କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସର ସମସ୍ତ ଆଞ୍ଚଳିକ ୟୁନିଟ୍‌କୁ ସତର୍କ କରାଇ ଦିଆଯାଇଛି।
ଘଟଣା ସମ୍ବନ୍ଧରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe