ମିଜୋରାମରେ ବିପୁଳ ପରିମାଣର ବିସ୍ଫୋରକ ଜବତ, ମିଆଁମାର ଯାଉଥିବା ସଂଦେହ

ମିଜୋରାମ ପୁଲିସ ସହ ଆସାମ ରାଇଫଲ୍ସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏତେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ଯେ ତାହା ଏକ ଛୋଟ କାଟର ଯୁଦ୍ଧ ଲଢବାକୁ ଯଥେଷ୍ଟ ହେବ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। 

mizoram

ଆଇଜୋଲ: ମିଜୋରାମ ପୁଲିସ ସହ ଆସାମ ରାଇଫଲ୍ସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏତେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ଯେ ତାହା ଏକ ଛୋଟ କାଟର ଯୁଦ୍ଧ ଲଢବାକୁ ଯଥେଷ୍ଟ ହେବ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। 

ବୁଧବାର ରାତିରେ ସେରଚିପ-ଥେନଜୋଲ ରାସ୍ତାରେ ଚେକିଂ ବେଳେ ମିଳିତ ବାହିନୀ ଏକ ଧଳା ରଙ୍ଗର କାର୍ ଆସୁଥିବା ଦେଖିବାକୁ ପାଇଥିଲେ। କାରରେ ଦୁଇ ଜଣ ଥିଲେ। ଗାଡିକୁ ଯାଞ୍ଚ କରିବା ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ଏଥିରେ ୯୬୦୦ ଜିଲେଟିନ୍ ଷ୍ଟିକ୍, ୯୪୦୦ ଡେଟୋନେଟର ଏବଂ ୧୮୦୦ ମିଟରରୁ ଅଧିକ କୋର୍ଡେଟେକ୍ସ ରହିଥିଲା।

ଏହା ସଂଦେହ କରାଯାଉଛି ଯେ ଏସବୁ ବିସ୍ଫୋରକ ମିଆଁମାରକୁ ଯାଉଥିଲା, ଯାହାକି ସେଠାକାର ସେନା (ଜଣ୍ଟା) ବିରୋଧରେ ଲଢିବାକୁ ବିଦ୍ରୋହୀମାନେ ବ୍ୟବହାର କରିଥାନ୍ତେ ।

ଗୁଇନ୍ଦା ସୂଚନା ମିଳିବା ପରେ ଆସାମ ରାଇଫଲ୍ସ ଓ ମିଜୋରାମ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗିରଫ ବ୍ୟକ୍ତି ଓ ଜବତ ସାମଗ୍ରୀକୁ ଅଧିକ ତଦନ୍ତ ପାଇଁ ମିଜୋରାମ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏବେ ଗିରଫ ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯାଉଛି। 

ଏଠାରେ ପ୍ରଶ୍ନ ଉଠୁଛି ଏତେ ପରିମାଣର ବିସ୍ଫୋରକ ଯୋଗାଣ ପଛରେ କୌଣସି ବିଦେଶୀ ଶକ୍ତିଙ୍କ ହାତ ରହିଛି କି ଯେଉଁମାନେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ହିଂସାକାଣ୍ଡ ଜାରି ରଖିବାକୁ ଚାହୁଁଛନ୍ତି ? ତେବେ ଏହା ସଂଦେହ କରାଯାଉଛି ଯେ ଏସବୁ ବିସ୍ଫୋରକ ମିଆଁମାରକୁ ଯାଉଥିଲା, ଯାହାକି ସେଠାକାର ସେନା (ଜଣ୍ଟା) ବିରୋଧରେ ଲଢିବାକୁ ବିଦ୍ରୋହୀମାନେ ବ୍ୟବହାର କରିଥାନ୍ତେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe