Image Source: Hindustan Times
ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀର ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରାଲି ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ରାଲି ବିଶେଷ ଗୁରୁତ୍ୱ ବହନ କରୁଛି।
ଦିନ ୧୧: ୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ଆୟୋଜନ କରୁଥିବା ଏହି ରାଲିରେ ଉଦ୍ବୋଧନ ଦେବେ। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏହି ରାଲି ପାଇଁ ଡାକରା ଦିଆଯାଇଥିଲେ ବି ଭାଷଣରେ ପ୍ରଧାନମନ୍ତ୍ରୀ ‘ସିଏଏ’ ପ୍ରସଙ୍ଗରେ କହିବେ ବୋଲି ଆଶା କରାଯାଉଛି। ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ ଦେଶର ବିଭିନ୍ନ ପ୍ରାନ୍ତରୁ ଦୁଇ ଲକ୍ଷ ସରିକି ଜନତା ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯୋଗ ଦେବେ।
ଏହି ରାଲିରେ ନିରାପତ୍ତା ବ୍ୟବସ୍ଥା ସଂକ୍ରାନ୍ତରେ ବିଚାର କରିବାକୁ ଶନିବାର ଦିନ ବରିଷ୍ଠ ନିରାପତ୍ତା ଅଧିକାରୀମାନେ ଏକ ବୈଠକରେ ମିଳିତ ହୋଇଥିଲେ।
Image Source: India Todayରାମଲୀଳା ମୈଦାନ ଭିତରେ ଏବଂ ବାହାରେ ପ୍ରାୟ ୫୦୦୦ ହଜାର ନିରାପତ୍ତା ଅଧିକାରୀ ଏବଂ ଟ୍ରାଫିକ୍ କର୍ମଚାରୀଙ୍କୁ ମୁତୟନ କରାଯିବ।
ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନସ୍ଥଳରେ ଯେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ ଏବଂ ଦିଲ୍ଲୀ ପୁଲିସର ଅଧିକାରୀମାନଙ୍କୁ ନେଇ ଏକ ତ୍ରିସ୍ତରୀୟ ନିରାପତ୍ତା ବଳୟ ସୃଷ୍ଟି କରାଯିବ।
ଆକାଶ ମାର୍ଗରୁ ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡର ଆଣ୍ଟି-ଏୟାର୍କ୍ରାଫ୍ଟ୍ ଏବଂ ଆଣ୍ଟି-ଡ୍ରୋନ୍ ସ୍କ୍ଵାଡ୍ ମୁତୟନ କରାଯାଇଛି।
ରାଜଧାନୀ ମଧ୍ୟକୁ ଅସାମାଜିକ ତତ୍ତ୍ୱ ପ୍ରବେଶ କରି ରାଲିରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
Follow Us