ଭୂମି ପୂଜନ ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା କଡ଼ାକଡ଼ି, ମୋଦୀଙ୍କ ସୁରକ୍ଷା ପାଇଁ ମୁତୟନ ହେବେ କୋଭିଡ୍‌ ନେଗେଟିଭ୍‌ ଯୁବ ପୁଲିସ

Advertisment

ଭିଡିଓ କନଫରେନ୍ସ ଦ୍ବାରା କାର୍ଯ୍ୟକ୍ରମରେ ଯୋଗ ଦେବେ ଆଡଭାନୀ, ଯୋଶୀ

ଭିଡିଓ କନଫରେନ୍ସ ଦ୍ବାରା କାର୍ଯ୍ୟକ୍ରମରେ ଯୋଗ ଦେବେ ଆଡଭାନୀ, ଯୋଶୀ

ଭୂମି ପୂଜନ ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା କଡ଼ାକଡ଼ି, ମୋଦୀଙ୍କ ସୁରକ୍ଷା ପାଇଁ ମୁତୟନ ହେବେ କୋଭିଡ୍‌ ନେଗେଟିଭ୍‌ ଯୁବ ପୁଲିସ

India TV News

ଲ‌କ୍ଷ୍ନୌ: ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଥିବାବେଳେ ଏନେଇ ଅଯୋଧ୍ୟାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବହୁ ପ୍ରମୁଖ ନେତା, ପୁରୋହିତ ‌ଏବଂ କିଛି ମୁସଲିମ୍‌ ନେତା ମଧ୍ୟ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅଯୋଧ୍ୟ‌ାରେ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବା ସହ କୋଭିଡ୍‌ ନିୟମାବଳୀକୁ ମଧ୍ୟ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆସନ୍ତାକାଲି ଯୋଗୀ ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟା ଏଏସ୍‌ପିଙ୍କ କହିବ‌ା ଅନୁଯାୟୀ କୌଣସି ସ୍ଥାନରେ ୫ ଜଣରୁ ଅଧିକଙ୍କୁ ଏକତ୍ରିତ ନହେବା ପାଇଁ ମନା କରାଯାଇଛି। ଟ୍ରାଫିକ୍‌ର ସଠିକ୍‌ ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ପାଇଁ କୋଭିଡ୍‌ ନେଗେଟିଭ୍‌ ଏବଂ ୪୫ ବର୍ଷରୁ କମ୍‌ ବୟସ୍କ ଯୁବ ପୁଲିସ ମୁତୟନ ହେବେ। ମୋଦୀଙ୍କ ସହ କାର୍ଯ୍ୟକ୍ରମରେ ଅନ୍ୟ ଭିଭିଆଇପି ମଧ୍ୟ ଯୋଗ ଦେବେ। ସୁରକ୍ଷା ପାଇଁ ଅଯୋଧ୍ୟାରେ ୩,୫୦୦ରୁ ୪,୦୦୦ ସୁରକ୍ଷାକର୍ମୀ ମୁତୟନ ହେବେ। ପିଏସି ଏବଂ ସିଏପିଏଫ୍‌ରୁ ମୋଟ୍‌ ୪ ହଜାର ପୁଲିସ ମୁତୟନ ହେବେ ବୋଲି ଜଣାପଡ଼ିଛି। ସୁରକ୍ଷା ପଦକ୍ଷେପକୁ ଭଲଭାବେ ତଦାରଖ କରିବାପାଇଁ ବରିଷ୍ଠ ପୁଲିସ ଅଧିକାରୀ ସହରରେ କ୍ୟାମ୍ପ୍‌ ପକାଇ ରହିବେ।

ରାମ ଜନ୍ମଭୂମି ଆନ୍ଦୋଳନରେ‌ ଥିବା ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଏଲ୍‌କେ ଆଡଭାନୀ ଏବଂ ମୁରଲି ମନୋହର ଯୋଶୀ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ସେମାନେ ଭିଡିଓ କନଫରେନ୍ସ ଦ୍ବାରା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଅସୁସ୍ଥତା ଏବଂ କରୋନା ସ୍ଥିତି କାରଣରୁ ଏହି ୨ ନେତା ଭିଡିଓ କନଫରେନ୍ସ ଦ୍ବାରା ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ଭିଡିଓ କନଫରେନ୍ସ ମାଧ୍ୟମରେ ମଧ୍ୟ ୧୦ ଜଣ ଶୀର୍ଷ ନେତା ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ପ୍ରଶାସନ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଅନ୍ୟ ପକ୍ଷେ ଭୂମି ପୂଜନ କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ମଞ୍ଚରେ ରହିବେ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ ରାମଜନ୍ମଭୂମି ନ୍ୟାସ ମୁଖ୍ୟ ନୃତ୍ୟ ଗୋପାଳ ଦାସ ଏବଂ ଅନ୍ୟ ପ୍ରତିନିଧି ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe