କଶ୍ମୀର ଘାଟୀରେ ପ୍ରବାହିତ ପାହାଡ଼ି ନଦୀକୁ ପାର କରାଇ ଆତଙ୍କବାଦୀଙ୍କୁ ଭାରତ ପଠାଇବାକୁ ଚେଷ୍ଟା କରୁଛି ପାକ୍‌; ରବର ବୋଟ ଜବତ ପରେ ସୀମାନ୍ତରେ ହାଇ ଆଲର୍ଟ

କଶ୍ମୀର ଘାଟୀରେ ପ୍ରବାହିତ ପାହାଡ଼ି ନଦୀକୁ ପାର କରାଇ ଆତଙ୍କବାଦୀଙ୍କୁ ଭାରତ ପଠାଇବାକୁ ଚେଷ୍ଟା କରୁଛି ପାକ୍‌; ରବର ବୋଟ ଜବତ ପରେ ସୀମାନ୍ତରେ ହାଇ ଆଲର୍ଟ

Zee News India

ଶ୍ରୀନଗର/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସିି) ଓ ଅନ୍ତର୍ଜାତୀୟ ସୀମାରେଖା ନିକଟରୁ ସେନା ଗୁଇନ୍ଦା କର୍ତ୍ତୃପକ୍ଷ ବିପୁଳ ସଂଖ୍ୟାରେ ରବର ବୋଟ୍‌ ଜବତ କରିବା ପରେ ସମଗ୍ର ଜମ୍ମୁ- କଶ୍ମୀର ସମେତ ସୀମାନ୍ତରେ ସେନା ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନୀ ଆତଙ୍କବାଦୀମାନେ ଦେଶ ମଧ୍ୟକୁ ପ୍ରବେଶ ପାଇଁ ସବୁଆଡ଼ୁ ଉଦ୍ୟମ କରି ବିଫଳ ହେବା ପରେ ଏବେ ହିମାଳୟର କ୍ରିଷ୍ଣା ଘାଟୀ ମଧ୍ୟଦେଇ ପ୍ରବାହିତ ହେଉଥିବା ଏକିଧିକ ପାହାଡ଼ି ନଦୀ ପାର ହୋଇ ଦେଶ ମଧ୍ୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା, ରବଟ ବୋଟ ଜବତ ପରେ ଜାଣିବାକୁ ପାଇଛି ସେନା ଗୁଇନ୍ଦା ବିଭାଗ। ଏହି ଘଟଣା ପରେ ପୂରା ସୀମାନ୍ତରେ ସେନାକୁ ହାଇ ଆଲର୍ଟରେ ରଖାଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ କଶ୍ମୀର ଉପତ୍ୟକାର ଅଖ୍‌ନୁର୍‌, ଶାମ୍ବା ଓ କାଠୁଆ ସେକ୍ଟର ଦେଇ ଯାଇଥିବା ଅନ୍ତର୍ଜାତୀୟ ସୀମାରେଖା ଅଞ୍ଚଳରେ ପ୍ରାୟ ୧୩ଟି ଛୋଟ ବଡ଼ ପାହାଡ଼ି ନଦୀ ପ୍ରବାହିତ ହେଉଛି। ସେହିପରି ଗୁରେଜ୍‌ ଓ ଗିଲଗିଟ୍‌ ମଧ୍ୟ ଦେଇ ପ୍ରବାହିତ କିଶନଗଙ୍ଗା ନଦୀକୁ ମଧ୍ୟ ଏବେ ଆତଙ୍କବାଦୀମାନେ ନିଜ ଟାର୍ଗେଟରେ ରଖିଥିବା ସେନା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

publive-image Zee News India

ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଭାରତ ମଧ୍ୟକୁ ଆତଙ୍କବାଦୀମାନଙ୍କୁ ପ୍ରବେଶ କରାଇ ଜମ୍ମୁ- କଶ୍ମୀରରେ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି ପାକିସ୍ତାନ। ଏହି ଲକ୍ଷ୍ୟ ହାସଲ ପାଇଁ ଶତାଧିକ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଆଣି ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେଖା ନିକଟରେ ନିର୍ମିତ ୩୦ରୁ ୪୦ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ରେ ଏକତ୍ରିତ କରାଇବା ସହ ଭାରତ ମଧ୍ୟକୁ ପ୍ରବେଶ କରାଇବା ପାଇଁ ସୁଯୋଗ ଅପେକ୍ଷାରେ ରହିଛି। ତେବେ, ଆତଙ୍କବାଦୀମାନଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରାଇବା ପାଇଁ ସବୁଆଡ଼ୁ ଉଦ୍ୟମ କରି ବିଫଳ ହେବା ପରେ ଏବେ ହିମାଳୟର କ୍ରିଷ୍ଣା ଘାଟୀ ମଧ୍ୟଦେଇ ପ୍ରବାହିତ ହେଉଥିବା ଏକିଧିକ ପାହାଡ଼ି ନଦୀକୁ ରବର ବୋଟ ସାହାଯ୍ୟରେ ପାର କରାଇ ଦେଶ ମଧ୍ୟକୁ ଆତଙ୍କବାଦୀମାନଙ୍କୁ ପ୍ରବେଶ କରାଇବା ପାଇଁ ପାକିସ୍ତାନ ଯୋଜନା କରୁଥିବା ସେନା ଗୁଇନ୍ଦା ବିଭାଗ ଜାଣିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe