ସ୍ବାଧୀନତା ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି

Advertisment
ସ୍ବାଧୀନତା ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି

Republic World

ନୂଆଦିଲ୍ଲୀ  : ୭୫ତମ ସ୍ବାଧୀନତା ଦିବସ ପାଳନ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଲାଲ୍‌କିଲ୍ଲା ନିକଟରେ ୧୦ ହଜାରରୁ ଅଧିକ ପୁଲିସ ମୁତୟନ ହେବେ। ସମ‌ସ୍ତ ସମ୍ବେଦନଶୀଳ ସ୍ଥାନ ତଥା ମେଟ୍ରୋ ଷ୍ଟେସନ, ରେଳ ‌ଷ୍ଟେସନ, ବିମାନବନ୍ଦର ଏବଂ ପ୍ରମୁଖ ବଜାର ଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ଲାଲ୍‌କିଲ୍ଲା ନିକଟରେ ମଧ୍ୟ ପ୍ରାୟ ୧ ହଜାର ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଲାଗିବ। ଉତ୍ତର, ‌କେନ୍ଦ୍ରୀୟ ଏବଂ ନୂଆ ଦିଲ୍ଲୀରେ ପୁଲିସ ବିଭାଗ ଦ୍ବାରା ଏହି ସବୁ କ୍ୟାମେରା‌ ଲଗାଯିବ। ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବାରୁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe