ଆଗୁଆ ଜାମିନ ଦେବାବେଳେ ଅପରାଧର ଗମ୍ଭୀରତାକୁ ଦେଖ: ସୁପ୍ରିମ କୋର୍ଟ

Advertisment
'ଯେବେ ଆଉ ସୁଧାରିବାର ଆଶା ନଥିବ, ସେବେ ହିଁ ଫାଶୀ ଦିଆଯିବ' ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ ଜାଣନ୍ତୁ

Image Courtesy of The Hindu

ନୂଆଦିଲ୍ଲୀ: ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମଞ୍ଜୁର କରିବା ସମୟରେ ଅଦାଲତଗୁଡ଼ିକ ସତର୍କତା ଅବଲମ୍ବନ କରିବା ଉଚିତ। ବିଶେଷକରି ଅପରାଧର ଗମ୍ଭୀରତା ଏବଂ ନିର୍ଦ୍ଦିଷ୍ଟ ଅଭିଯୋଗ ଆଦିର ମାନଦଣ୍ଡକୁ ବିଚାରକୁ ନିଆଯିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି।

ଏଥିସହିତ ହତ୍ୟା ମାମଲାରେ ଜଡ଼ିତ ଥିବା ଦୁଇ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ଆଗୁଆ ଜାମିନକୁ ଖାରଜ କରିବା ସହିତ ଉପରୋକ୍ତ ଟିପ୍ପଣୀ ଖଣ୍ଡପୀଠ ଦେଇଛନ୍ତି। ଯେଉଁସବୁ ତଥ୍ୟ ପ୍ରମାଣ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ହୋଇଛି ଆଗୁଆ ଜାମିନ ଆବେଦନକୁ ଅନୁମତି ଦେବା ସମ‌ୟରେ ସେଗୁଡ଼ିକୁ ଆଧାର କରି ଠିକ୍ ନୀତିର ପ୍ରୟୋଗ କରାଯାଇଛି କି ନାହିଁ ତାହାକୁ ଦେଖିବା ଆବଶ୍ୟକ। ଅଦାଲତଗୁଡ଼ିକ ସାଧାରଣତଃ ଅପରାଧର ପ୍ରକୃତି ଓ ଗମ୍ଭୀରତାକୁ ଆଗୁଆ ଜାମିନ ଆବେଦନକୁ ଗ୍ରହଣ କରିବା ଏବଂ ଖାରଜ କରିବା ସମୟରେ ଦେଖିବା ଉଚିତ।

ମଧ୍ୟ ପ୍ରଦେଶ ହାଇକୋର୍ଟ ଦେଇଥିବା ଆଗୁଆ ଜାମିନକୁ ଖାରଜ କରିବା ବେଳେ ସୁପ୍ରିମ କୋର୍ଟ କହିଛନ୍ତି ଏହି ହତ୍ୟା ମାମଲାରେ ଅପରାଧର ପ୍ରକୃତି ଅତ୍ୟନ୍ତ ସଙ୍ଗିନ। ଏତଲା ଏବଂ ବୟାନରେ ଅଭିଯୁକ୍ତର ନିର୍ଦ୍ଦିଷ୍ଟ ଭୂମିକା ରହିଥିବା କୁହାଯାଇଛି। ଆଗୁଆ ଜାମିନ ମଞ୍ଜୁର କରିବା ସମୟରେ ଏସବୁ ତଥ୍ୟଗତ ଦିଗକୁ ଅଣଦେଖା‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe