ଟ୍ରମ୍ପ୍‌ଙ୍କୁ ଟୁଇଟ୍‌ କଲେ ମୋଦୀ: ଖୁବ୍‌ ଶୀଘ୍ର ଅହମଦାବାଦରେ ଭେଟ ହେବ

Advertisment
ଟ୍ରମ୍ପ୍‌ଙ୍କୁ ଟୁଇଟ୍‌ କଲେ ମୋଦୀ: ଖୁବ୍‌ ଶୀଘ୍ର ଅହମଦାବାଦରେ ଭେଟ ହେବ

Image Source: Hindustan Times

ନୂଆଦିଲ୍ଲୀ: ଆଜି ଦୁଇଦିନିଆ ଭାରତ ଗସ୍ତରେ ସପରିବାର ଆମେରିକାରୁ ଆସି ଅହମଦାବାଦରେ ପହଞ୍ଚୁଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ଏହି ଅବସରରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଭାରତ ଆପଣଙ୍କ ଆଗମନକୁ ଚାହିଁ ରହିଛି! ଆପଣଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢ଼ କରିବ। ଖୁବ୍‌ ଶୀଘ୍ର ଆପଣଙ୍କୁ ଅହମଦାବାଦରେ ଭେଟିବି।

ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ କରିଥିବା ଟୁଇଟ୍‌ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏ କଥା ଲେଖିଛନ୍ତି। ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ: ମେଲାନିଆ ସହ ଭାରତକୁ ଯାଉଛି!
ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପ୍‌ଙ୍କୁ ସ୍ୱାଗତ କରିବେ। ଏହାପରେ ଉଭୟ ନେତା ମୋଟେରା ଷ୍ଟାଡିୟମ୍‌ରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ଏଥିପାଇଁ ମୋଟେରା ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

publive-image Image Source: Hindustan Times

ଟ୍ରମ୍ପ୍‌ଙ୍କ ଆଗମନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅହମଦାବାଦରେ ଅବସ୍ଥାନ କରିଛନ୍ତି।

ଟ୍ରମ୍ପ୍‌ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ ଜ୍ୱାଇଁ ଜାର୍ଡ କୁସ୍‌ନର୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାବିନେଟର୍‌ କେତେକ ବରିଷ୍ଠ ସଦସ୍ୟ ମଧ୍ୟ ଆସୁଛନ୍ତି।

ଅହମଦାବାଦ କାର୍ଯ୍ୟକମ୍ର ପରେ ଟ୍ରମ୍ପ୍‌ ଏବଂ ମେଲାନିଆ ତାଜମହଲ ଦେଖିବାକୁ ଆଗ୍ରା ଅଭିମୁଖେ ଯାତ୍ରା କରିବେ। ସନ୍ଧ୍ୟାବେଳେ ସେଠାରୁ ସେମାନେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe