ଯୋଗ ପାଇଁ ମୁଁ ମୋ ମନକୁ ଶାନ୍ତିରେ ରଖି ଲକ୍ଷ୍ୟ ପଥରେ ଆଗେଇ ଚାଲିଛି

Advertisment
ଯୋଗ ପାଇଁ ମୁଁ ମୋ ମନକୁ ଶାନ୍ତିରେ ରଖି ଲକ୍ଷ୍ୟ ପଥରେ ଆଗେଇ ଚାଲିଛି

ନୂଆଦିଲ୍ଲୀ: ପାକିସ୍ତାନରୁ ନୋଏଡା ଆସିଥିବା ସୀମା ହାଇଦରଙ୍କୁ ନେଇ ସମୟସମୟରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଆଜି ବି ସଚିନ ଓ ସୀମାଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି।

ସୀମା ପ୍ରାୟତଃ କୌଣସି ପୂଜାପର୍ବ ହେଉ ଅବା ଦିବସ ଗୁଡ଼ିକରେ ନିଜର ଭିଡିଓ ପୋଷ୍ଟ କରିଥାଆନ୍ତି।  ଏହି କ୍ରମରେ ଆଜି ଅର୍ଥାତ ଜୁନ ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୀମା ହାଇଦର ତାଙ୍କ ସ୍ବାମୀ ଓ ପିଲାଙ୍କ ସହିତ ଯୋଗ କରିଥିଲେ। ଏହାର ଏକ ଭିଡିଓକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଏଥିରେ ସେ କହୁଛନ୍ତି, ‘ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଁ ଖୁବ ଖୁସି ଅଛି। ମୁଁ ପାକିସ୍ତାନରେ ଥିବା ବେଳରୁ ମୋଦୀଙ୍କ ଏହି ଯୋଗ ଅଭ୍ୟାସ କରିବା ଅଭିଯାନରେ ମୁଁ ପ୍ରେରିତ ହୋଇଛି। ମୋଦୀଙ୍କ ଯୋଗ କର ରୋଗ ହଟାଅ ଅଭିଯାନ ଖୁବ କାର୍ଯ୍ୟକାରୀ ‌ହୋଇଛି।

ଯୋଗ କରିବା ଦ୍ବାରା ମନକୁ ଏକ ଅଦ୍ଭୁତ ଶାନ୍ତି ମିଳିଥାଏ। ମୁଁ ଯେବେଠାରୁ ଭାରତ ଆସିଛି ଲୋକେ ମୋ ସହିତ ସଚିନ ଓ ମୋ ପିଲାଙ୍କୁ ନେଇ ଅନେକ କଥା କହି ଆସୁଛନ୍ତି। ଏସବୁ ଶୁଣିବା ପରେ ମୋ‌ତେ କେବେ ବି ରାଗ ଲାଗି ନାହିଁ। ମୁଁ ଏସବୁକୁ ଶାନ୍ତିରେ ସହି ଆସିଛି। ଆଉ ମୋର ଲକ୍ଷ୍ୟପଥରେ ଆଗେଇ ଚାଲିଛି। ମୁଁ କହିବି ଯୋଗ ଦ୍ବାରା ହିଁ ମୁଁ ମୋ ମନକୁ ଶାନ୍ତିରେ ରଖି ପାରିଛି। ଆପଣମାନେ ବି ଯୋଗ କରନ୍ତୁ ନିରୋଗ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe