ୟୁଟ୍ୟୁବ ରୋଜଗାର ବିଷୟରେ ଖୋଲାଖୋଲି ଆଲୋଚନା କଲେ ସୀମା

Advertisment
ୟୁଟ୍ୟୁବ ରୋଜଗାର ବିଷୟରେ ଖୋଲାଖୋଲି ଆଲୋଚନା କଲେ ସୀମା

ନୂଆଦିଲ୍ଲୀ: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିସରରେ ରହିଛନ୍ତି। ସମୟସମୟରେ ସୀମା ଓ ତାଙ୍କ ଦ୍ବିତୀୟ ସ୍ବାମୀ ସଚିନ ମିଣାଙ୍କ ଭିଡିଓ ସାମ୍ନାକୁ ଆସିଥାଏ। ଯାହାକୁ ଲୋ‌କେ ଖୁବ ପସନ୍ଦ ବି କରିଥାଆନ୍ତି। ସୀମା ବି ସୋସିଆଲ ମିଡିଆରେ ଖୁବ ସକ୍ରିୟ। ଅନେକ ଥର ସେ ସୋସିଆଲ ମିଡିଆ ଜରିଆରେ ପାଉଥିବା ପାରିଶ୍ରମିକକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ତାଙ୍କର ହେଉଥିବା ରୋଜଗାରକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହାକି ଖୁବ ଅଳ୍ପଦିନ ପରେ ଭାଇରାଲ ହୋଇଯାଇଛି।

ୟୁଟ୍ୟୁବରୁ ହେଉଥିବା ରୋଜଗାରକୁ ନେଇ ସୀମା କହିଛନ୍ତି,‘ଏହାକୁ ବ୍ୟକ୍ତିଗତ ହିଁ ରଖିବାକୁ ଦିଅନ୍ତୁ। ନଚେତ ଲୋକେ କହିବେ ଏତେ କେମିତି ହୋଇଗଲା। ସୋସିଆଲ ମିଡିଆ ଜରିଆରେ ଆମେ ଭଲ ଦୁଇପଇସା ରୋଜଗାର କରି ପାରୁଛୁ। ଏହି ଟଙ୍କାରେ ଘର ଚଳୁଛି ପିଲାମାନେ ପାଠପଢ଼ୁଛନ୍ତି ଓ ଦୁଇପଇସା ସଞ୍ଚୟ ବି ହୋଇପାରୁଛି। ୟୁଟ୍ୟୁବର ସଟରେ ଏକଲକ୍ଷ ଭ୍ୟୁରେ ଏକ ଡଲାର ମିଳିଥାଏ। ସେହିପରି ସିଟ ଭିଡିଓମା‌ନଙ୍କରେ ଏକହଜାର ଭ୍ୟୁ ହେଲେ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳି ଯାଇଥାଏ। ଭାଇରାଲ ହେଉଥିବା ଭ୍ୟୁରେ ଆଡ ମିଳିଥାଏ। ଯାହାଦ୍ବାରା ଅଧିକା ଦିପଇସା ବି ମିଳି ଯାଇଥାଏ।

ଏବେ ମୋର ଚାରିଜଣ ସନ୍ତାନ ଅଛନ୍ତି। ଆଗକୁ ୫ମ ସନ୍ତାନ ଆସିବାକୁ ଯାଉଛି। ମୁଁ ଦାବିର ସହ କହିବି ଯଦି ଭାରତରେ ଥାଆନ୍ତି ମୋର ଦୁଇଟି ସନ୍ତାନ ହୋଇଥାଆନ୍ତା କିନ୍ତୁ ପାକିସ୍ତାନରେ ସେ ନିୟମ ନାହିଁ। ମହିଳାମାନଙ୍କ ଇଚ୍ଛାରେ କିଛି ବି ଚାଲେ ନାହିଁ। ସେଠାରେ ପୁରୁଷମାନଙ୍କ ଚାପରେ ପ୍ରତ୍ୟେକ ମହିଳାଙ୍କ ଚାରିଜଣରୁ ଅଧିକ ସନ୍ତାନ ଅଛନ୍ତି। ଜଣଜଣ ମହିଳାଙ୍କର ୮/୯ଜଣ ସନ୍ତାନ ଥାଇ ବି ଗର୍ଭବତୀ ହୋଇଥାଆନ୍ତି।

ତେବେ ‌ଏବେ ପାକିସ୍ତାନ କଥା ଛାଡ଼ନ୍ତୁ ମୁଁ ଭାରତରେ ମୋ ପିଲା ଓ ସ୍ବାମୀ ସଚିନ ମିଣା ଓ ତାଙ୍କ ପରିବାରକୁ ନେଇ ବେଶ ଖୁସିରେ ଅଛି। ଭଗବାନ ମୋ ଉପରେ ଏମିତି ଆଶୀର୍ବାଦ ସର୍ବଦା ରଖିଥାଆନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe