ନୂଆଦିଲ୍ଲୀ: ଭାରତୀୟ ପ୍ରେମିକ ସଚିନ ମୀନାଙ୍କ ସହ ପ୍ରେମ ଏବଂ ବିବାହର ଏକ ଅସାଧାରଣ ଯାତ୍ରା ଆରମ୍ଭ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ମଙ୍ଗଳବାର ଭାରତର ୭୭ତମ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିଛନ୍ତି।
ଏହି ସ୍ବତନ୍ତ୍ର ଦିବସ ଅବସରରେ ଗ୍ରେଟର ନୋଏଡାର ରବୁପୁରାସ୍ଥିତ ଏକ ସ୍କୁଲରେ ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ଚାରିଜଣ ପିଲା ପହଞ୍ଚିଥିଲେ। ଆଉ ତ୍ରିରଙ୍ଗା ଭଳି ସଜେଇ ହୋଇ ପତାକା ଉଡ଼ାଇଥିଲେ। ସ୍କୁଲର ପିଲାଙ୍କ ସହିତ ମିଶି ସୀମାଙ୍କ ଚାରିଜଣ ପିଲା ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। ସୀମାଙ୍କ ଚାରିଜଣ ପିଲାଙ୍କ ସ୍କୁଲରେ ନାମ ଲେଖାହୋଇ ନଥିବା ବେଳେ ସ୍କୁଲ ପ୍ରଧାନ ଶିକ୍ଷକ ସ୍ବାଧୀନତା ଦିବସରେ ସାମିଲ ହେବାପାଇଁ ୪ଜଣ ପିଲାଙ୍କୁ ଘରୁ ଡାକି ନେଇଥିଲେ।
ଏହାପୂର୍ବରୁ ସୀମା ହାଇଦର ନିକଟରେ ସଚିନଙ୍କ ନୋଇଡା ବାସଭବନରେ ‘ହର ଘର ତ୍ରିରଙ୍ଗା’ ଉତ୍ସବରେ ଅଂଶଗ୍ରହଣ କରି ଉଭୟ “ପାକିସ୍ତାନ ମୁର୍ଦାବାଦ” ଏବଂ “ହିନ୍ଦୁସ୍ତାନ ଜିନ୍ଦାବାଦ” ସ୍ଲୋଗାନକୁ ଉତ୍ସାହିତ କରିଥିଲେ।
ଏହି ମୁହୂର୍ତ୍ତର ଭିଡିଓରେ ସୀମା ହାଇଦର ଧାର୍ମିକ ସ୍କାର୍ଫ ପିନ୍ଧିଥିବା ନଜର ଆସିଥିଲେ ଏବଂ ତାଙ୍କର ଚାରି ପିଲାଙ୍କ ମଧ୍ୟରୁ ସୀମା ଜଣଙ୍କୁ କୋଳରେ ବସାଇଥିଲେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ସୀମାଙ୍କ ଭାରତ ପ୍ରତି ଏଭଳି ଭଲ ପାଇବାକୁ ଦେଖି ପ୍ରଶଂସା ବି କରିଥିଲେ।
Follow Us