ସୀମାଙ୍କୁ ଜେଲରେ ରଖ ନଚେତ୍ ପାକିସ୍ତାନ ପଠାଅ: ପାକିସ୍ତାନୀ ସ୍ବାମୀଙ୍କ ଓକିଲ

Advertisment

ପାକିସ୍ତାନରୁ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କ ଓକିଲ ମୋମିନ୍ ମଲିକ ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି,‘ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ପାକିସ୍ତାନ ଫେରାଇ ନିଆଯାଉ।’

ପାକିସ୍ତାନରୁ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କ ଓକିଲ ମୋମିନ୍ ମଲିକ ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି,‘ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ପାକିସ୍ତାନ ଫେରାଇ ନିଆଯାଉ।’

କତଦିସୗ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ବାତାବରଣ ରହିଛି। ପ୍ରତିଶୋଧ ନିଆଁରେ ପ୍ରତ୍ୟେକ ଭାରତବାସୀ ଜଳୁଛନ୍ତି। ସରକାର ବି ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ନେବାରେ ଲାଗିଛନ୍ତି। 

ଭାରତ ତୁରନ୍ତ ପ୍ରଭାବରୁ ପାକିସ୍ତାନୀ ଭିସାକୁ ବାତିଲ କରିଛି। ଏହି ବାତିଲ ପରେ ସମସ୍ତ ପାକିସ୍ତାନୀ ନିଜ ଦେଶକୁ ଫେରି ଯିବାର ପ୍ରକ୍ରିୟା  ଜାରି ରହିଛି।  ଏଭଳି ସମୟରେ ପାକିସ୍ତାନରୁ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କ ଓକିଲ ମୋମିନ୍ ମଲିକ ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି,‘ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ପାକିସ୍ତାନ ଫେରାଇ ନିଆଯାଉ। ମୋ ମତରେ ଏହି ଘଟଣା ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଜଡିତ ରହିଛି। ସୀମା ହାଇଦର କୌଣସି ଆଇନଗତ କାଗଜପତ୍ର ବିନା ୨୦୨୩ ଜୁଲାଇ ୩ରେ ନେପାଳ ଦେଇ ଭାରତ ଚାଲି ଆସିଛନ୍ତି।।

ସୀମା ହାଇଦରଙ୍କ ପାଖରେ ପାସପୋର୍ଟ କିମ୍ବା ଭିସା କିଛି ବି ନାହିଁ। ଏହା ସତ୍ତ୍ୱେ ବି ସେ ଭାରତରେ ମୁକ୍ତ ଭାବରେ ବୁଲୁଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପ‌ରେ ଯେତେବେଳେ ଭାରତ ଅନ୍ୟ ପାକିସ୍ତାନୀ ନାଗରିକଙ୍କୁ ଅବୈଧ ପ୍ରବାସ ପାଇଁ ଦେଶାନ୍ତର କରୁଛି, ତେବେ ସୀମା ହାଇଦରଙ୍କୁ କାହିଁକି ଏହି ଛାଡ଼ ଦିଆଯାଉଛି?

ସୀମା ହାଇଦରଙ୍କର ଜମ୍ମୁ କାଶ୍ମୀର ସହିତ ସମ୍ପର୍କ ଅଛି। ସୀମା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରି ପାରନ୍ତି। ମୁଁ ଦାବିର ସହ କହିବି ସୀମା ହାଇଦରଙ୍କ ତଦନ୍ତ ମାମଲାରେ ଅବହେଳା କରାଯାଉଛି।ତେଣୁ ମୋର ଅନୁରୋଧ ସୀମାଙ୍କୁ ଜାମିନ ବାତିଲ କରି ଜେଲରେ ରଖଯାଉ ନଚେତ୍ ପାକିସ୍ତାନ ପଠାଯାଉ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe