କାନ୍ଦିକାନ୍ଦି ସୀମା କହିଲେ ଏଭଳି କଥା…

କାନ୍ଦିକାନ୍ଦି ସୀମା କହିଲେ ଏଭଳି କଥା…

ନୂଆଦିଲ୍ଲୀ: ମୋବାଇଲରେ ପବଜି ଗେମ ଖେଳୁଥିବା ବେଳେ ପାକିସ୍ତାନୀ ମହିଳା ସୀମା ହାଇଦର ଭାରତରେ ବସବାସ କରୁଥିବା ସଚିନଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଏହାପ‌ରେ ସେ ନିଜ ପ୍ରେମ ପାଇଁ ବେଆଇନ ଭାବେ ଭାରତରେ ପ୍ର‌ବେଶ କରିବା ପରେ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚ ଜୋର ଧରିଛି। ଏଥିସହିତ ବିଭିନ୍ନ ଯାଞ୍ଚ ଏଜେନ୍ସି ସୀମାଙ୍କୁ ପାକିସ୍ତାନୀ ଗୁପ୍ତଚର ଭାବି ପଚରାଉଚରା ଜାରି ରଖିଛନ୍ତି।

ସୀମାଙ୍କୁ ବାରମ୍ବାର ଆଇଏସଆଇ ଗୁପ୍ତଚର ବୋଲି କୁହାଯାଉଥିବା ବେଳେ ସେ ଏହାର ଉତ୍ତର ଦେଇ କାନ୍ଦି କାନ୍ଦି ‌ କହିଛନ୍ତି, ‘ମୁଁ କୌଣସି ଆଇଏସଆଇ ଗୁପ୍ତଚର ନୁହେଁ। ଏବେ ବି ଏଜେନ୍ସିମାନେ ମୋତେ ପଚରାଉଚରା ଜାରି ରଖିଛନ୍ତି। ମୁଁ ନାର୍କୋ ଟେଷ୍ଟ କରିବାକୁ ରାଜି ଅଛି। ଆପଣ ଚାହିଁଲେ ଯାହା ଇଚ୍ଛା ତାହାର ପରୀକ୍ଷା କରି ପାରିବେ। ଏଥିରେ ମୋର କୌଣସି ଆପତ୍ତି ନାହିଁ। ଏମିତି କି ମୁଁ ମୋର ପିଲାଙ୍କ ଡିଏନଏ ପରୀକ୍ଷା କରିବାକୁ ବି ପ୍ରସ୍ତୁତ ଅଛି।

ଆଉ ମୋତେ ଯଦି ଆପଣମାନେ ଗ୍ରହଣ ନକରି ପାକିସ୍ତାନ ଫେରାଇ ଦେବେ। ସେମାନେ ମୋତେ ଗୋଟିଏ ବି ମୁହୂର୍ତ୍ତ ବଞ୍ଚିବାକୁ ଦେବେ ନାହିଁ। ଆଖି ପିଛୁଳାକେ ହତ୍ୟା କରିଦେବେ। ମୋ ପିଲାଙ୍କ ମୁହଁକୁ ଚାହିଁ ମୋତେ ଭାରତରେ ସଚିନଙ୍କ ସହ ରହିବାକୁ ଦିଆଯାଉ। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe