‘ହିନ୍ଦୁ ରାଷ୍ଟ୍ର ଭାରତ’ର ସମ୍ବିଧାନ ପ୍ରସ୍ତୁତି କରୁଛନ୍ତି ସାଧୁସନ୍ଥ

Advertisment
‘ହିନ୍ଦୁ ରାଷ୍ଟ୍ର ଭାରତ’ର ସମ୍ବିଧାନ ପ୍ରସ୍ତୁତି କରୁଛନ୍ତି ସାଧୁସନ୍ଥ

Image Courtesy of Times of India

ନୂଆଦିଲ୍ଲୀ: ଦଳେ ସାଧୁସନ୍ଥ ଓ ପଣ୍ଡିତ ‘ହିନ୍ଦୁ ରାଷ୍ଟ୍ର ଭାବେ ଭାରତର ସମ୍ବିଧାନ’ର ‘ଡ୍ରାଫ୍ଟ’ ବା ଚିଠା ପ୍ରସ୍ତୁତି କରୁଥିବା କଥା ଏ ବିଷୟରେ ଅବଗତ ଥିବା ଲୋକେ କହିଛନ୍ତି।

ଉକ୍ତ ‘ଚିଠା’ ୨୦୨୩ ମାଘମେଳାରେ ହେବାକୁ ଥିବା ‘ଧର୍ମ ସଂସଦ’ରେ ଉପସ୍ଥାପନ କରାଯିବ ବୋଲି ସେମାନେ କହିଛନ୍ତି। ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ସହ ତା’ର ନିଜସ୍ବ ‘ସମ୍ବିଧାନ’ ପ୍ରସ୍ତୁତି କରିବା ଲାଗି ଚଳିତ ବର୍ଷ ଫେବ୍ରୁଆରି ମାସରେ ଅନୁଷ୍ଠିତ ‘ମାଘ ମେଳା’ରେ ପ୍ରସ୍ତାବନା ପାରିତ ହୋଇଥିଲା।

ବାରାଣସୀସ୍ଥିତ ‘ଶଙ୍କରାଚାର୍ଯ୍ୟ ପରିଷଦ୍‌’ର ଅଧ୍ୟକ୍ଷ ସ୍ବାମୀ ଆନନ୍ଦ ସ୍ବରୂପ କହିଛନ୍ତି, ‘ସମ୍ଭାବୀ ପୀଠାଧୀଶ୍ବର’ଙ୍କ ପୃଷ୍ଠପୋଷକତାରେ ସମ୍ପ୍ରତି ୩୦ଜଣ ବ୍ୟକ୍ତି ଉକ୍ତ ‘ସମ୍ବିଧାନ’ର ଚିଠା ପ୍ରସ୍ତୁତି କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି, ‘ହିନ୍ଦୁ ରାଷ୍ଟ୍ର ନିର୍ମାଣ ସମିତି’ର ମୁଖ୍ୟ କମଳେଶ୍ବର ଉପାଧ୍ୟାୟ, ବରିଷ୍ଠ ସୁପ୍ରିମ୍‌ କ‌ୋର୍ଟର ବରିଷ୍ଠ ଆଇନଜୀବୀ ବି. ଏନ୍‌. ରେଡ୍ଡୀ, ପ୍ରତିରକ୍ଷା ବିଶେଷଜ୍ଞ ଆନନ୍ଦ ବର୍ଦ୍ଧନ, ସନାତନ ଧର୍ମ ପଣ୍ଡିତ ଚନ୍ଦ୍ରମଣି ମିଶ୍ରା ଏବଂ ‘ବ‌ିଶ୍ବ ହିନ୍ଦୁ ସଂଘ’ର ଅଧ୍ୟକ୍ଷ ଅଜୟ ସିଂହ ପ୍ରଭୃତି।

publive-image Image Courtesy of Deccan Herald

୭୫୦ପୃଷ୍ଠା ସମ୍ବଳିତ ଏହି ‘ସମ୍ବିଧାନ’ର ଆକାର ପ୍ରକାର ବିଷୟରେ ଏବେ ବ୍ୟାପକ ଆଲୋଚନା କରାଯିବ। ଏଥିପାଇଁ ଧାର୍ମିକ ପଣ୍ଡିତ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଥିବା ବ୍ୟକ୍ତିମାନଙ୍କ ସହିତ ବିତର୍କ ଏବଂ ଆଲୋଚନା କରାଯିବ। ଏହି ଆଧାରରେ ସମ୍ବିଧାନର ଅର୍ଦ୍ଧେକ (ପ୍ରାୟ ୩୦୦ ପୃଷ୍ଠା) ପ୍ରୟାଗରାଜରେ ହେବାକୁ ଥିବା ୨୦୨୩ ମାଘ ମେଳାରେ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏଯାବତ୍‌ ଉକ୍ତ ‘ସମ୍ବିଧାନ’ର ୩୨ ପୃଷ୍ଠା ପ୍ରସ୍ତୁତି କରାଯାଇଛି। ଏଥିରେ ଶିକ୍ଷା, ପ୍ରତିରକ୍ଷା, ଆଇନଶୃଙ୍ଖଳା, ଭୋଟ୍‌ ଦାନ ବ୍ୟବସ୍ଥା ଆଦି ପ୍ରସଙ୍ଗ ରହିଛି। ହିନ୍ଦୁ ରାଷ୍ଟ୍ର ସମ୍ବିଧାନ ଅନୁସାରେ, ଦିଲ୍ଲୀ ପରିବର୍ତ୍ତେ ଦେଶର ରାଜଧାନୀ ହେବ ବାରାଣସୀ। ଏହାଛଡ଼ା, କାଶୀରେ (ବାରାଣସୀ) ‘ଧର୍ମ ସଂସଦ’ ଗଠନ କରାଯିବାର ପ୍ରସ୍ତାବ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe