ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାମାନଙ୍କୁ ମାଗଣାରେ ପାଠ ପଢାଇବେ ସେହଓ୍ବାଗ

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାମାନଙ୍କୁ ମାଗଣାରେ ପାଠ ପଢାଇବେ ସେହଓ୍ବାଗ

Telegraph India

ଭୁବନେଶ୍ବର : ବାଲେଶ୍ବର ରେଳ ଦୁର୍ଘଟଣା ପୀଡ଼ିତ ଲୋକମାନଙ୍କ ପ୍ରତି ସହାୟତାର ହାତ ପହଞ୍ଚିବାରେ ଲାଗିଛି । ଏହି ଦୁର୍ଘଟଣାରେ ଅନାଥ ହୋଇଥିବା ପିଲାଙ୍କୁ ମାଗଣାରେ ପାଠ ପଢାଇବେ ବୋଲି କହିଛନ୍ତି  କ୍ରିକେଟ ଖେଳା​ଳି ବୀରେନ୍ଦ୍ର ସେହୱାଗ । ସେହୱାଗ ଟୁଇଟ୍ କରି ଲେଖିଛନ୍ତି, ଏହି ଫଟୋ ଆମକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଭୟଭୀତ କରିବ। ଦୁଃଖର ଏହି ମୁହୂର୍ତ୍ତରେ ମୁଁ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କ ପାଠପଢ଼ାରେ ସାହାଯ୍ୟ କରିପାରିବି। ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲ ବୋର୍ଡିଂ ଫେସିଲିଟିରେ ମୁଁ ଏହି ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବି । "

ଏହା ସହିତ ସେ ଏହି ଦୁର୍ଘଟଣା ପରେ ଉଦ୍ଧାର ଓ ସହାୟତା କରିଥିବା ଏବଂ ରକ୍ତଦାନ କରିଥିବା ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହା ପୂର୍ବରୁ ଶିଳ୍ପପତି ଗୌତମ ଆଦାନୀ ମଧ୍ୟ ସମାନ ଘୋଷଣା କରିଥିଲେ । ସେ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା ତାଙ୍କ କମ୍ପାନି କରିବ ବୋଲି କହିଛନ୍ତି । ନିଜ ହିନ୍ଦୀ ଟୁଇଟରେ ଆଦାନୀ ଲେଖିଛନ୍ତି ଯେ, “ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଆମେ ସମସ୍ତେ ଗଭୀର ଭାବେ ମର୍ମାହତ । ଆମେ ନିଷ୍ପତ୍ତି ନେଇଛୁ ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଥିବା ଲୋକଙ୍କ ପିଲାମାନଙ୍କ ସ୍କୁଲ ପାଠପଢ଼ା ଖର୍ଚ୍ଚ ଆଦାନୀ ଗ୍ରୁପ୍ ବହନ କରିବ । ଏହି ଦୁର୍ଘଟଣାର ପୀଡ଼ିତ ଓ ସେମାନଙ୍କ ପରିବାର ପ୍ରତି ସମର୍ଥନ ଜଣାଇବା ଓ ପିଲାମାନଙ୍କୁ ଉତ୍ତମ ଭବିଷ୍ୟତ ପ୍ରଦାନ କରିବା ଆମ ସମସ୍ତଙ୍କ ମିଳିତ ଦାୟିତ୍ୱ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe