କେମିତି ବଦଳ କରାଯାଇ ଥାଆନ୍ତା ୯୭ କୋଟି ଟଙ୍କାର ପୁରୁଣା ନୋଟ୍‌; ଟେର୍‌ ପାଉନି ପୁଲିସ

Advertisment
କେମିତି ବଦଳ କରାଯାଇ ଥାଆନ୍ତା ୯୭ କୋଟି ଟଙ୍କାର ପୁରୁଣା ନୋଟ୍‌; ଟେର୍‌ ପାଉନି ପୁଲିସ

Image Courtesy of The Indian Express

କାନପୁର: ୯୭ କୋଟି ଟଙ୍କାର ଅଚଳ ନୋଟ୍‌ ଉଦ୍ଧାର କରି ସେ ବାବଦରେ ୧୬ ଜଣଙ୍କୁ ଗିରଫ କରିବାର ୪୮ ଘଣ୍ଟା ପରେ ମଧ୍ୟ ତଦନ୍ତକାରୀ ଏଜେନ୍‌ସିମାନେ କେମିତି ପୁରୁଣା ଟଙ୍କା ବଦଳାଇ ନୂଆ ଟଙ୍କା ଆଣି ଥାଆନ୍ତେ ତା’ର କୌଣସି ଟେର୍‌ ପାଉ ନାହାନ୍ତି। ସେମାନଙ୍କର ଧ୍ୟାନ ଏବେ ବେଙ୍ଗାଲୁରୁର ହରି କୃଷ୍ଣଙ୍କ ଉପରେ। ଗିରଫ ବ୍ୟକ୍ତିମାନଙ୍କ କହିବା ଅନୁସାରେ, ୪୦% ନେଇ ସେ ଅଚଳ ଟଙ୍କା ବଦଳାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଗୁରୁବାର ଦିନ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅନୁରାଗ ଆର୍ଯ୍ୟ କହିଛନ୍ତି: ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ପାଇଲେ ସେମାନଙ୍କୁ ଜେଲ୍‌ରେ ପୂରାଇବା ପାଇଁ ଅଦାଲତର ଦ୍ୱାରସ୍ଥ ହେବୁ। ଜାନୁଆରି ୩୦ ତାରିଖ ଯାଏଁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଛି।

ଆର୍ଯ୍ୟ କହନ୍ତି: ବିଭିନ୍ନ କାରଣରୁ ଏହି ମାମଲା ରହସ୍ୟମୟ। ଅଚଳ ଟଙ୍କା କାହାକୁ ଦେବେ ୧୬ ଜଣ ଅଭିଯୁକ୍ତ ସେ ବ୍ୟକ୍ତଙ୍କର ନାଁ କହି ନାହାନ୍ତି। ଆଉ ଏକ ବଡ଼ ଅନୁଷ୍ଠାନ ମାଧ୍ୟମରେ ଏହି ଟଙ୍କା ବଦଳ କରାଯିବ। କିନ୍ତୁ, ତା’ର ନାଁ କହି ନାହାନ୍ତି। ପୁଲିସ କହିଛି, କାନପୁରର ସନ୍ତୋଷ ଯାଦବ ନାମକ ଜଣେ ଉଦ୍ଭିଦ ବିଜ୍ଞାନ ପ୍ରଫେସର କାନପୁରରୁ ଓ ଲକ୍ଷ୍ନୌରୁ ଟଙ୍କା ସଂଗ୍ରହ କରିବା ସହ ଟଙ୍କା ବଦଳକାରୀ କାମ କରନ୍ତି।

ପଶ୍ଚିମବଙ୍ଗର ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ ସଞ୍ଜୀବ ଅଗ୍ରଓ୍ଵାଲ୍‌ ଏବଂ ମନୀଷ ଅଗ୍ରଓ୍ଵାଲ୍‌ କମିସନ୍‌ ଏଜେଣ୍ଟ୍‌ ଭାବେ କାମ କାମ କରନ୍ତି।

ହାଇଦ୍ରାବଦର କୋଟେଶ୍ୱର ରାଓ ବେଙ୍ଗାଲୁରୁର ହରି କୃଷ୍ଣଙ୍କ ପାଇଁ ଏଜେଣ୍ଟ୍‌ କାମ କରୁଥିଲେ। ସେମାନଙ୍କ ପ୍ରାଥମିକ ସ୍ୱୀକାରୋକ୍ତି ଆଧାରରେ ଏବେ ଆମ ତଦନ୍ତ ତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ତଦନ୍ତକାରୀମାନେ ଆହୁରି ଜାଣି ପାରିଛନ୍ତି ଯେ ସେମାନେ ଉତ୍ତର ପ୍ରଦେଶ, ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଆଦି ୫ଟି ରାଜ୍ୟରେ ନେଟ୍‌ ଓ୍ଵାର୍କ ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe