ଦିଲ୍ଲୀ ଏମ୍‌ସରେ କୋଭାକ୍ସିନ୍‌ର ନାବାଳକ ପରୀକ୍ଷଣ ପାଇଁ ଚୟନ

Advertisment
ଦିଲ୍ଲୀ ଏମ୍‌ସରେ କୋଭାକ୍ସିନ୍‌ର ନାବାଳକ ପରୀକ୍ଷଣ ପାଇଁ ଚୟନ

ନୂଆଦିଲ୍ଲୀ: ଗତକାଲି (ସୋମବାର)ଠାରୁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସରେ ୨ରୁ ୧୮ ବର୍ଷ ବୟସର ନାବାଳକଙ୍କ ଠାରେ ଦେଶର ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭିଡ୍‌ ଟିକା 'କୋଭାକ୍ସିନ୍‌'ର ନୈଦାନିକ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ପରୀକ୍ଷଣରେ ୫୨୫ ଜଣ ବିଭିନ୍ନ ବୟସର ନାବାଳକଙ୍କୁ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତକାଲିଠାରୁ ସେମାନଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ୧୨ରୁ ୧୮ ବର୍ଷ ବୟସର ୨୦ରୁ ୩୦ ଜଣ ଯାଏ ସ୍ବେଚ୍ଛାସେବୀ ଯୋଗଦେଇଥିଲେ।

ସେମାନଙ୍କ ଠାରେ ମୁଖ୍ୟତଃ କୋଭିଡ୍‌ ସଂକ୍ରମଣ ହୋଇଛି କି ନାହିଁ ଏଭଂ ସେମାନଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି କି ନାହିଁ ସେ ସଂକ୍ରାନ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏଥି ସହିତ ସେମାନଙ୍କ ଅଭିଭାବକମାନଙ୍କ ଠାରୁ ସ୍ବାକ୍ଷରିତ ସମ୍ମତିପତ୍ର ରଖାଯାଇଥିଲା। ସୂଚନା ଥାଉ କି, ଏହି ନୈଦାନିକ ପରୀକ୍ଷଣରେ ଚୟନ ହୋଇଥିବା ଶିଶୁ ସ୍ବେଚ୍ଛାସେବୀମାନଙ୍କ ମାଂସପେଶୀରେ ୨୮ ଦିନ ବ୍ୟବଧାନରେ ଦୁଇଟି ମାତ୍ରା ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରୀକ୍ଷଣ ଦାୟିତ୍ବରେ ଥିବା ଏମ୍‌ସ ଗୋଷ୍ଠୀ ଔଷଧ କେନ୍ଦ୍ରର ପ୍ରଫେସର ଡା. ସଞ୍ଜୟ ରାୟ କହିଛନ୍ତି। ସୂଚନା ଥାଉ କି, ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ ଏହି ଟିକାର ଶିଶୁଙ୍କ ଠାରେ ନୈଦାନିକ ପରୀକ୍ଷଣ ଏହା ପୂର୍ବରୁ ବିହାରର ପାଟଣା ଏମ୍‌ସରେ ଆରମ୍ଭ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe