ହିଜାବ୍‌ ବିବାଦ: ଆତ୍ମସମ୍ମାନକୁ ବାଧିଛି କହି ଇସ୍ତଫା ଦେଲେ କର୍ଣ୍ଣାଟକ କଲେଜ ଇଂରାଜୀ ଅଧ୍ୟାପିକା

Advertisment
ହିଜାବ୍‌ ବିବାଦ: ଆତ୍ମସମ୍ମାନକୁ ବାଧିଛି କହି ଇସ୍ତଫା ଦେଲେ କର୍ଣ୍ଣାଟକ କଲେଜ ଇଂରାଜୀ ଅଧ୍ୟାପିକା

Image Courtesy of NDTV

ବେଙ୍ଗାଲୁରୁ: କଲେଜ୍‌ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ହିଜାବ୍‌ ଓହ୍ଲାଇ ପକାଇବାକୁ କୁହାଯିବାରୁ ଆତ୍ମସମ୍ମାନକୁ ବାଧିଲା ବୋଲି ଦର୍ଶାଇ ଆଜି କର୍ଣ୍ଣାଟକ କଲେଜର ଜଣେ ଇଂରାଜୀ ଅଧ୍ୟାପିକା ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେଇଥିବା ଅଧ୍ୟାପିକାଙ୍କ ହେଉଛନ୍ତି ଚାନ୍ଦିନୀ । ତୁମାକୁରସ୍ଥିତ ‘ଜୈନ୍‌ ପିୟୁ କଲେଜ’ରେ ଅଧ୍ୟାପନା କରୁଥିବା ଚାନ୍ଦିନୀ ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରାୟ ୩ ବର୍ଷ ହେବ ସେ କଲେଜରେ ଚାକରି କଲେଣି। ଏ ପର୍ଯ୍ୟନ୍ତ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲି। କିନ୍ତୁ, ଗତକାଲି ପ୍ରଥମ ଥର ପାଇଁ ଅଧ୍ୟକ୍ଷ ମତେ କହିଲେ କି, ଅଧ୍ୟାପନା ସମୟରେ ମୁଁ ହିଜାବ୍‌ କିଂବା ଧାର୍ମିକ ସଙ୍କେତ ପରିଧାନ କରିପାରିବି ନାହିଁ। ହେଲେ, ଗତ ୩ ବର୍ଷ ଧରି ମୁଁ ହିଜାବ୍‌ ପିନ୍ଧି ପଢ଼ାଇ ଆସୁଛି। ଏ ନୂଆ ନିଷ୍ପତ୍ତି ମୋ ଆତ୍ମସମ୍ମାନକୁ ଆଘାତ ଦେଇଛି। ସେହି କ‌ାରଣରୁ ମୁଁ ଇସ୍ତଫା ଦେବାକୁ ସ୍ଥିର କରିଛି।

publive-image Image Courtesy of NDTV

କଲେଜ୍‌ର ଅଧ୍ୟକ୍ଷ କେ.ଟି. ମଞ୍ଜୁନାଥ କିନ୍ତୁ, କହିଛନ୍ତି ଯେ, ସେ କିଂବା କଲେଜ ପରିଚାଳନାର କୌଣସି ସଦସ୍ୟ ତାଙ୍କୁ କେବେ ହିଜାବ୍‌ ଓହ୍ଲାଇବା କଥା କହିନାହାନ୍ତି।

ସୂଚନାଯୋଗ୍ୟ, ହିଜାବ କଟକଣା ଏବଂ ସେ ଜନିତ ପ୍ରତିବାଦ ଯୋଗୁଁ କେତେ ସପ୍ତାହ ହେବ କର୍ଣ୍ଣାଟକ ସ୍କୁଲ୍‌ ଓ କଲେଜ୍‌ରେ ଉତ୍ତେଜନା ଦେଖା ଦେଇଛି। ଏଥିଲାଗି ଗତ ସପ୍ତାହରେ କର୍ଣ୍ଣାଟକ ସରକାର ସାମୟିକ ଭାବେ ସ୍କୁଲ୍‌ ଓ କଲେଜ ବନ୍ଦ ରଖିଥିଲେ। ଶିକ୍ଷାନୁଷ୍ଠାନ ଖୋଲିବା ପରେ ଶିକ୍ଷକମାନେ ଶିକ୍ଷାର୍ଥୀଙ୍କୁ ହିଜାବ୍‌ ଓହ୍ଲାଇ ଶ୍ରେଣୀଗୃହକୁ ପ୍ରବେଶ କରିବାକୁ ନିର୍ଦେଶ ଦେଇଥିଲେ। କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଶିକ୍ଷାନୁଷ୍ଠାନକୁ ଧାର୍ମିକ ସଙ୍କେତ ବହନ କରୁଥିବା ପ‌ୋଷାକପତ୍ର ପିନ୍ଧି ଆସିବା ଉପରେ ସାମୟିକ ନିଷେଧାଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe