ଗଣମାଧ୍ୟମ ପାଇଁ ଆତ୍ମସମୀକ୍ଷାର ସମୟ: ନିର୍ବାଚନ କମିସନ

ଭୋଟ୍‌ ଗଣତି ଦିନ ଟିଭି ଚ୍ୟାନେଲଗୁଡ଼ିକରେ ଦେଖାଯାଉଥିବା ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ନେଇ ନିର୍ବାଚନ କମିସନ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି, ଭୋଟ୍‌ ଗଣତି ଆରମ୍ଭ ହେବାର ମାତ୍ର ୧୫ ରୁ ୩୦ ମିନିଟ୍‌ ମଧ୍ୟରେ ଟିଭି ଚ୍ୟାନେଲ୍‌ରେ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଆସିଯାଉଛି।

ljgljljjl

ନୂଆଦିଲ୍ଲୀ: ଭୋଟ୍‌ ଗଣତି ଦିନ ଟିଭି ଚ୍ୟାନେଲଗୁଡ଼ିକରେ ଦେଖାଯାଉଥିବା ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ନେଇ ନିର୍ବାଚନ କମିସନ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି, ଭୋଟ୍‌ ଗଣତି ଆରମ୍ଭ ହେବାର ମାତ୍ର ୧୫ ରୁ ୩୦ ମିନିଟ୍‌ ମଧ୍ୟରେ ଟିଭି ଚ୍ୟାନେଲ୍‌ରେ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଆସିଯାଉଛି। ଏହି ଟ୍ରେଣ୍ଡ୍‌କୁ ନେଇ ରାଜୀବ କୁମାର ପ୍ରଶ୍ନ ଉଠାଇ କହିଛନ୍ତି ଯେ ଆମେ ସକାଳ ୯.୩୦ରୁ ୱେବସାଇଟ୍‌ରେ ଫଳାଫଳ ପ୍ରକାଶ କରିବା ଆରମ୍ଭ କରୁଛୁ, କିନ୍ତୁ ଟିଭି ଚ୍ୟାନେଲଗୁଡ଼ିକ ମାତ୍ର ୧୫-୩୦ ମିନିଟ୍‌ ମଧ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ପ୍ରସାରଣ କରୁଛନ୍ତି। ଏହାଦ୍ବାରା ଦ୍ବନ୍ଦ୍ବ ଓ ବିଭ୍ରାନ୍ତି ସୃଷ୍ଟି ହେଉଛି। ସେ କହିଛନ୍ତି, ଗଣତି ଆରମ୍ଭ ହେବାପରେ ସକାଳ ୮ଟା ୫ରୁ ୮ଟା ୧୦ ମଧ୍ୟରେ ଟିଭି ଚ୍ୟାନେଲ୍‌ମାନଙ୍କରେ ଫଳାଫଳ ଆସିବା ଆରମ୍ଭ ହେବା ଏକ ଅବାନ୍ତର କଥା। ଆମେ ସକାଳ ସାଢ଼େ ୯ରୁ ୱେବସାଇଟ୍‌ରେ ପାରମ୍ଭିକ ଫଳାଫଳ ପ୍ରକାଶ କରିବା ଆରମ୍ଭ କରୁଛୁ।

ଏହା ପୂର୍ବରୁ ଗଣମାଧ୍ୟମରେ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଆସିବା କଦାପି ଗ୍ରହଣୀୟ ନୁହେଁ ଏବଂ ଏହା ବିଭ୍ରାନ୍ତି ବଢ଼ାଇଥାଏ। ତେଣୁ ଯେତେବେଳେ ପ୍ରକୃତ ଫଳାଫଳ ଆସିବା ଆରମ୍ଭ ହୁଏ ସେତେବେଳେ ଅସମାନତା ଦେଖାଦେଇଥାଏ। ଏହି ଅସମାନତା ବେ‌ଳେବେଳେ ଅତି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। ରାଜୀବ କୁମାର କହିଛନ୍ତି, ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏଭଳି ପ୍ରସାରଣକୁ ନେଇ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ମୁଖ୍ୟ ନିର୍ବାଚନ କମିସନର ଏ ନେଇ ଗଣମାଧ୍ୟମ ଏବଂ ବିଶେଷ କରି ଇଲେ‌କଟ୍ରୋନିକ୍ସ ମିଡିଆକୁ ସତର୍କ କରିଛନ୍ତି। ଏକଜିଟ୍‌ ପୋଲ୍‌ ଏବଂ ଫଳାଫଳ ଆସିବା ଦିନ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଦେଖାଇବା ଉପରେ ଗଣମାଧ୍ୟମଗୁଡ଼ିକ ଆତ୍ମସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି। କିଛି ସଂସ୍ଥା ଏକଜିଟ୍‌ ପୋଲ୍‌କୁ ସଠିକ୍‌ ଦର୍ଶାଇବା ପାଇଁ ସେହି ଆଧାରରେ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଉପସ୍ଥାପନ କରୁଛନ୍ତି। ଏହାଦ୍ବାରା ସୃଷ୍ଟି ହେଉଥିବା ପରିସ୍ଥିତି ବଡ଼ ବିକୃତି ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏନେଇ କିଛି ନିୟମ ପ୍ରସ୍ତୁତ କରିବାକୁ ହେବ ବୋଲି ସେ  ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe