ମଙ୍ଗଳ ଗ୍ରହରୁ ଆସିଲା ସେଲଫି ! ନିଜ ସହ ଗ୍ରହର ଫଟୋ ପଠାଇଲା ଚୀନ ପଠାଇଥିବା ମହାକାଶଯାନର ଅର୍ବିଟର

Advertisment
ମଙ୍ଗଳ ଗ୍ରହରୁ ଆସିଲା ସେଲଫି ! ନିଜ ସହ ଗ୍ରହର ଫଟୋ ପଠାଇଲା ଚୀନ ପଠାଇଥିବା ମହାକାଶଯାନର ଅର୍ବିଟର

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରୁ ଆସିଲା ସେଲଫି। ନିଜ ସହ ମଙ୍ଗଳ ଗ୍ରହର ଫଟୋ ପଠାଇଲା ଚୀନ ପଠାଇଥିବା ମହାକାଶଯାନର ଅର୍ବିଟର । ଚୀନର ଜାତୀୟ ମହାକାଶ ପ୍ରଶାସନ(ସିଏନଏସଏ) ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ଅର୍ବିଟର ଦେଖାଯାଉଥିବା ବେଳେ ପଛରେ ବିଶାଳକାୟ ମଙ୍ଗଳ ଗ୍ରହର ଝଲକ ଦେଖିବାକୁ ମିଳିଛି। ମଙ୍ଗଳ ଚାରିଖରେ ଅର୍ବିଟରଟି ବୁଲିବା ସହ ଏହି ଫଟୋ ଉଠାଇଥିବା କହିଛି ସିଏନଏସଏ।

ଅର୍ବିଟର ପଠାଇଥିବା ଫଟୋ ସହ ପୃଥିବୀଠାରୁ ପ୍ରାୟ ୩୫୦ନିୟୁତ କିଲୋମିଟର ଦୂରରେ ଉଡ଼ୁଥିବା ମହାକାଶଯାନ ମଧ୍ୟ ଅର୍ବିଟରର ଫଟୋ ଉତ୍ତୋଳନ କରିଛି। ଏହି ଫଟୋରେ ମଙ୍ଗଳ ଗ୍ରହ ସହ ଅର୍ବିଟର ସ୍ପଷ୍ଟ ଭାବେ ଦେଖାଯାଉଛି। ଚୀନର ସ୍ପେସ୍ ଏଜେନ୍ସି କହିଛି ଯେ ତିଆନୱେନ -୧ ମିଶନ୍ ଦ୍ବାରା ଏପର୍ଯ୍ୟନ୍ତ ମଙ୍ଗଳ ଗ୍ରହରୁ ପ୍ରାୟ ୫୪୦ଗିଗାବାଇଟ୍ ତଥ୍ୟ ହାସଲ ହୋଇଛି ଏବଂ ଏବେ ବି ତିଆନୱେନ-୧ ପାଖରେ କାର୍ଯ୍ୟ ଜାରି ରଖିବା ପାଇଁ ପର୍ଯ୍ୟାପ୍ତ ଶକ୍ତି ଅଛି।

publive-image indiatoday

ସୂଚନା ମୁତାବକ, ଜୁଲାଇ ୨୦୨୦ରେ ୱେନଚାଙ୍ଗ ସ୍ପେସ୍ ଲଞ୍ଚ ସେଣ୍ଟରରୁ ଲଞ୍ଚ କରାଯାଇଥିବା ତିଆନୱେନ-୧ ପ୍ରୋବ ଚୀନର ଏକ ପ୍ରାଚୀନ କବିତାର ନାମରେ ନାମିତ ହୋଇଛି। ମୋଟ ୪୭୫ନିୟୁତ କିଲୋମିଟର ଯାତ୍ରା କରି ଅନେକ ଉଦ୍ୟମ ପରେ ଏହି ମହାକାଶଯାନ ଫେବ୍ରୁଆରି ୧୦, ୨୦୨୧ରେ ମଙ୍ଗଳ ଗ୍ରହର କକ୍ଷପଥରେ ପ୍ରବେଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe