ଜଙ୍ଗଲୀ ହାତୀ ସହ ସେଲ୍ଫି ନେବାକୁ ଉଦ୍ୟମ କରୁଥିବା ବେଳେ ଜୀବନ ହରାଇଲେ ଯୁବକ

ସେଲ୍ଫି ପାଇଁ ଚାଲିଗଲା ଜୀବନ | ଜଙ୍ଗଲୀ ହାତୀ ସହ ସେଲ୍ଫି ନେବାକୁ ଉଦ୍ୟମ କରୁଥିବା ବେଳେ ଜୀବନ ହରାଇଲେ ଯୁବକ | ମହାରାଷ୍ଟ୍ରର ଗଡଚିରୋଲିରେ ଥିବା ଅବାପୁର ଜଙ୍ଗଲରେ ଏହି ଘଟଣା ଘଟିଛି | 

elephant

ନୂଆଦିଲ୍ଲୀ: ସେଲ୍ଫି ପାଇଁ ଚାଲିଗଲା ଜୀବନ | ଜଙ୍ଗଲୀ ହାତୀ ସହ ସେଲ୍ଫି ନେବାକୁ ଉଦ୍ୟମ କରୁଥିବା ବେଳେ ଜୀବନ ହରାଇଲେ ଯୁବକ | ମୃତକଙ୍କ ନାମ ଶ୍ରୀକାନ୍ତ ରାମଚନ୍ଦ୍ର ସାତ୍ରେ(୨୩) ବୋଲି ଜଣାପଡିଛି | ମହାରାଷ୍ଟ୍ରର ଗଡଚିରୋଲିରେ ଥିବା ଅବାପୁର ଜଙ୍ଗଲରେ ଏହି ଘଟଣା ଘଟିଛି | 

ମିଳିଥିବା ସୂଚନା ମୁତାବକ, ମହାରାଷ୍ଟ୍ରର ଗଡଚିରୋଲିରେ ଥିବା ଅବାପୁର ଜଙ୍ଗଲରେ ହାତୀ ଥିବା ଜାଣି ଦେଖିବା ପାଇଁ ସେଠାରେ ପହଞ୍ଚିଥିଲେ ଶ୍ରୀକାନ୍ତ ରାମଚନ୍ଦ୍ର ସାତ୍ରେ ଓ ତାଙ୍କର ଦୁଇ ବନ୍ଧୁ | ହାତୀକୁ ଦେଖିବା ପରେ ତା ସହ ସେଲ୍ଫି ନେବା ପାଇଁ ଶ୍ରୀକାନ୍ତ ଉଦ୍ୟମ କରୁଥିବା ବେଳେ ହାତୀ ଗୋଡ଼ାଇବା ଆରମ୍ଭ କରିଥିଲା | ଏହା ଦେଖି ଶ୍ରୀକାନ୍ତଙ୍କ ୨ବନ୍ଧୁ ଖସି ପଳାଇଆସିଥିଲେ ବି ସେ ଆସି ପାରିନଥିଲେ | ଏହା ଫଳରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା |

କୁହାଯାଉଛି ଯେ, ଶ୍ରୀକାନ୍ତ ତାଙ୍କର କିଛି ବନ୍ଧୁଙ୍କ ସହ ଗଡଚିରୋଲି ଜିଲ୍ଲାରେ କେବୁଲ ଲଗାଇବା କାମ ପାଇଁ ଆସିଥିଲେ ବୋଲି ଜଣାଯାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ସେଲ୍ଫି ପାଇଁ ଅନେକ ନିଜର ଜୀବନ ହରାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe