ଭାରତୀୟ ସେନାକୁ ନେଇ ଅପମାନ ଜନକ ମନ୍ତବ୍ୟ ଦେବା ମାମଲା; ହାଜର ହେବାକୁ ଯାଇଥିବା ବେଳେ ସେଲଫି ଉଠାଇଲେ ରାହୁଲ

Advertisment
449190ba-98bc-4821-a566-a997d4f2ea92

ନୂଆଦିଲ୍ଲୀ:   କଂଗ୍ରେସ ନେତା ରାହୁଲ ଗାନ୍ଧୀ  ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଭାରତୀୟ ସୈନିକଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। 

ଏହି ଘଟଣାକୁ ନେଇ ଆଲ୍ହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରି କହିଥିଲେ, ‘ସମ୍ବିଧାନର ଧାରା ୧୯(୧)(କ) ଅନୁଯାୟୀ ମଣିଷକୁ ନିଜର ରାୟ ରଖିବାର ସ୍ଵାଧୀନତା ରହିଛି କିନ୍ତୁ  ଭାରତୀୟ ସେନା ପ୍ରତି ମାନହାନିଜନକ ବକ୍ତବ୍ୟ ଦେବାର ସ୍ୱାଧୀନତା ନାହିଁ।’

ଏହି ମାମଲାକୁ ନେଇ ରାହୁଲ ଗାନ୍ଧି ଗତ ସୋମବାର ଲକ୍ଷ୍ମୌ ହାଇକୋର୍ଟରେ ପହଞ୍ଚିଥିଲେ। ତେବେ ରାହୁଲ ହାଜର ହେବା ଖବର ଠାରୁ ତାଙ୍କ ସେଲଫି ନେବା ଖୁବ ଚର୍ଚ୍ଚାର ପରିସରକୁ ଆସିଛି। ଶୁଣାଣି ସମୟରେ କୋର୍ଟରେ ଉପସ୍ଥିତ ଥିବା କିଛି ଓକିଲ ଓ ବାର ପଦାଧିକାରୀ ରାହୁଲ ଗାନ୍ଧିଙ୍କ ସହ ସେଲଫି ନେବା ଆରମ୍ଭ କରି ଦେଇଥିଲେ।

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କୋର୍ଟ ପରିସରରେ ଏଭଳି ରାଜନୈତିକ ଫଟୋ ସେସନକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଖବର ଲେଖାହେଲା ପର୍ଯ୍ୟନ୍ତ କୌଣସି ପକ୍ଷରୁ ଅଧିକାରିକ ବୟାନ ଆସି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe