ଖାଇବାକୁ ଦେଇ ନପାରିବାରୁ ୯ବର୍ଷ ଝିଅକୁ ବିକ୍ରି କରିଦେଲେ ବାପା

ଖାଇବାକୁ ଦେଇ ନପାରିବାରୁ ୯ବର୍ଷ ଝିଅକୁ ବିକ୍ରି କରିଦେଲେ ବାପା

କାବୁଲ୍: ଆଫଗାନିସ୍ତାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ପିତା ନିଜ ୯ବର୍ଷର ଝିଅକୁ ୫୫ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଅବଦୁଲ୍ ମଲିକ୍ ତାଙ୍କର ୯ ବର୍ଷର ଝିଅଙ୍କୁ ବିକ୍ରି କରି ଦେଇଛନ୍ତି। ଅବଦୁଲ ମଲିକଙ୍କ ପରିବାରରେ ଆଠ ଜଣ ସଦସ୍ୟ ଅଛନ୍ତି ଏବଂ ସମସ୍ତେ ରିଲିଫ କ୍ୟାମ୍ପରେ ରହୁଛନ୍ତି। ପରିବାର ସଦସ୍ୟଙ୍କୁ ସେ ଠିକ ଭାବେ ଖାଇବାକୁ ଦେଇ ପାରୁ ନଥିଲେ। ଏହି କାରଣରୁ ସେ ନିଜ ଝିଅକୁ ବିକ୍ରି କରି ଦେଇଥିଲେ ।

Afghan families are selling their children so they can eat as the economy  crumbles - CNN

ଶୁଣିବାକୁ ମିଳିଛି କି ଅବଦୁଲ ମଲିକ ଝିଅକୁ ବିକ୍ରି କରିବା ପରେ କାନ୍ଦିକାନ୍ଦି କହୁଥିଲେ, ‘ଏହା ତୁମର କନ୍ୟା ଦୟାକରି ତାର ଯତ୍ନ ନେବ। ତାକୁ ହତ୍ୟା କରିବ ନାହିଁ।

ଝିଅ ପରୱାନା କହିଛନ୍ତି, ‘ମୋ ବାପା ମୋତେ ବିକ୍ରି କରିଥିଲେ, କାରଣ ଆମର ଖାଇବାକୁ କିଛି ନଥିଲା। ଏଥିପାଇଁ ସେମାନେ ମୋତେ ଜଣେ ବୃଦ୍ଧଙ୍କୁ ବିକ୍ରି କରିଛନ୍ତି।  ତାଙ୍କ ପରିବାରର ଅନ୍ୟ କୋଣସି ବିକଳ୍ପ ନଥିଲା। ଆଫଗାନିସ୍ତାନର ଅନେକ ପରିବାର ବଞ୍ଚିବା ପାଇଁ ନିଜ ଝିଅମାନଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଏପରି ଅନେକ ପରିବାର ଅଛନ୍ତି ଯେଉଁମାନେ ନିଜ ଝିଆନଙ୍କୁ ବିକ୍ରି କରି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe