ndtv.com
ମୁମ୍ବାଇ/ ନାଗପୁର: ବିଧାନସଭା ନିର୍ବାଚନର ମାସକ ପରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପୁଣି ଲାଗିଛି ଏକ ଶକ୍ତ ଝଟକା। ତେବେ, ଏହି ଝଟକାକୁ କୌଣସି ପ୍ରକାରେ ସହ୍ୟ କରିନେବା ପାଇଁ ବିଜେପି ବଳ ଯୋଗାଡ଼ କରୁଥିବା ବେଳେ; ନିଜକୁ ବିଜେପିର ତ୍ରାଣକର୍ତ୍ତା ରୂପେ ଦାବୀ କରି ଆସୁଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) କିନ୍ତୁ ସଂପୂର୍ଣ୍ଣ ରୂପେ ଦୋହଲି ଯାଇ ଧରାଶାୟୀ ହୋଇପଡ଼ିଛି। କାରଣ, ଏହି ଜିଲ୍ଲା ପରିଷଦ ନିର୍ବାଚନରେ ଆର୍ଏସ୍ଏସ୍ର ମୁଖ୍ୟାଳୟ ଥିବା ନାଗପୁରରେ ବିଜେପିର ସତ୍ତା ସଂପୂର୍ଣ୍ଣ ଭାବେ ଲୋପ ପାଇଯାଇଛି। ଅଲଗା ଅଲଗା ଭାବେ ନିର୍ବାଚନ ଲଢ଼ିବା ସତ୍ତ୍ୱେ ଶିବସେନା, ଏନ୍ସିପି ଓ କଂଗ୍ରେସ ଅଧିକାଂଶ ଆସନରେ ବିଜୟ ଲାଭ କରିବା ସହ ବିଜେପିକୁ କରି ଦେଇଛନ୍ତି ସଂପୂର୍ଣ୍ଣ ଭାବେ କିସ୍ତିମାତ୍। ନାଗପୁରରେ ବିଜେପିର ପରାଜୟ ନେଇ ଏବେ କି ଉତ୍ତର ରଖିବ, ସେ ଚିନ୍ତାରେ ଚିନ୍ତିତ ଅଛି ଆରଏସ୍ଏସ୍।
News Nationଉଲ୍ଲେଖଯୋଗ୍ୟ, ଗତ ଦୁଇମାସ ତଳେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଶିବସେନା ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା ଏବଂ ସଂଖ୍ୟା ଗରିଷ୍ଠତା ମଧ୍ୟ ହାସଲ କରିଥିଲା। ହେଲେ, ବିଜେପିର ମାତ୍ରାଧିକ କ୍ଷମତା ମୋହ କାରଣରୁ ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେପି- ଶିବସେନା ମେଣ୍ଟ ଭାଙ୍ଗି ଯାଇଥିଲା ଏବଂ ଯାହାର ପରିଣତି ସ୍ୱରୂପ ଏକକ ସଂଖ୍ୟା ଗରିଷ୍ଠ ଦଳହୋଇ ସୁଦ୍ଧା ବିଜେପି ସରକାର ଗଠନରୁ ବଞ୍ଚିତ ହେଲା ଏବଂ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ରାଜ୍ୟରେ ନୂଆ ସରକାର ଗଠନ କଲେ।
Mumbai Mirrorତେବେ, ଏହି ଘଟଣା ପରେ ବିଜେପି କହିଥିଲା ଯେ ତା’ ପ୍ରତି ବିଶ୍ୱାସଘାତ ହୋଇଛି। ଏବଂ ଯାହାର ଉତ୍ତର ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଭୋଟରମାନେ ଦେବେ। କିନ୍ତୁ, ଏବେ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପିର ସବୁ ଅଙ୍କ ଭୁଲ୍ଭାଲ ହୋଇ ଯାଇଥିବା ବେଳେ ଆରଏସ୍ଏସ୍ର ସବୁ ଗଣିତ ଫେଲ୍ ମାରିଥିବା ଦେଖିବାକୁ ମିଳିଛି। କାରଣ, ଶିବସେନା, ଏନ୍ସିପି ଓ କଂଗ୍ରେସ ମେଣ୍ଟ ହୋଇ ସରକାର ଗଠନ କରିଥିଲେ ସୁଦ୍ଧା ଅଲଗା ଅଲଗା ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ବିଜେପିର ସତ୍ତାକୁ ଲୋପ କରି ଦେଇଚନ୍ତି।
Follow Us