କୃଷି ବିଲ୍ ସିଲେକ୍ଟ କମିଟିକୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ କହିଲା ବିଜେଡି

Advertisment
କୃଷି ବିଲ୍ ସିଲେକ୍ଟ କମିଟିକୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ କହିଲା ବିଜେଡି

ନୂଆଦିଲ୍ଲୀ : ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭା ପରେ ଆଜି ରାଜ୍ୟସଭାରେ ୩ଟି ପୃଥକ୍ କୃଷି‌ ବିଲ୍‌ ଉପସ୍ଥାପନ କରାଯାଇଛି । ଲୋକସଭ‌ାରେ କୃଷି‌ ବିଲ୍‌ ପାସ୍ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭାରେ ଏହି ୩ଟି ବିଲକୁ ଉପସ୍ଥାପନ କରାଯାଇଛି। ଏହି ବିଲ୍ ଗତ ଜୁନ୍ ୫ ତାରିଖ ଦିନ ଜାରି ଅଧ୍ୟାଦେଶକୁ ବିଧିବଦ୍ଧ ଆଇନରେ ପରିଣତ କରିବ । ଏହି ୩ଟି  ବିଲ୍‌ ହେଉଛି: କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ ଓ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ)।

Tathya - Amar Patnaik Joins BJD Tathya

ତେବେ ଲୋକସଭାରେ ବିଲ୍ ପାସ ହେବା ପରେ ଦେଶର କୃଷକମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟସଭାରେ ଏହି ୩ଟି ବିଲ୍ ଉପସ୍ଥାପନ ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ସାଂସଦ ଅମର ପଟ୍ଟନାୟକ ସରକାରଙ୍କ ଏହି କୃଷି ବିଲକୁ ବିରୋଧ କରି, ସରକାର ନିଜ ନିଷ୍ପତ୍ତି ଉପରେ ଦ୍ବିତୀୟ ଥର ଚିନ୍ତା କରନ୍ତୁ ଏବଂ ବିଲକୁ ସିଲେକ୍ଟ କମିଟିକୁ ପଠାନ୍ତୁ ବୋଲି କହିଛନ୍ତି। ଆଜି ବିଜେଡିର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ବିଲ ଉପରେ ଆଲୋଚନା ସମୟରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe