ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର !

Advertisment
ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର !

ନୂଆଦିଲ୍ଲୀ : ଏଣିକି ବେଆଇନ ଭାବେ ପାର୍କିଂ ହୋଇଥିବା କାରର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର । ଏନେଇ ଏକ ନିୟମ ପ୍ରଣୟନ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ବିଚାର କରୁଛନ୍ତି ।

ଗଡ଼କରି କହିଛନ୍ତି ଯେ ଲୋକମାନେ ବେଆଇନ ଭାବେ ଏଣେତେଣେ ଗାଡ଼ି ପାର୍କିଂ କରୁଥିବାରୁ ରାସ୍ତା ଅବରୋଧ ହେଉଛି । ଏଥିପାଇଁ ଲୋକମାନେ ସମସ୍ୟାରେ ପଡ଼ୁଛନ୍ତି । ଲୋକମାନଙ୍କ ନିଜର ଘରେ ଗାଡ଼ି ରଖିବାକୁ ସ୍ଥାନ ନଥିଲେ ବି ସେମାନେ ଗାଡ଼ି କିଣି ରାସ୍ତାରେ ପାର୍କିଂ କରୁଛନ୍ତି । ଏଣୁ ସେ ଏପରି ଏକ ନିୟମ ପ୍ରଣୟନ କରିବାକୁ ବିଚାର କରୁଛନ୍ତି, ଯଦ୍ବାରା ଏକ ଭୁଲ ସ୍ଥାନରେ ବେଆଇନ ଭାବେ ପାର୍କି ହୋଇଥିବା ଗାଡ଼ିର ଫଟୋ ପଠାଇଲେ, ଯଦି ଉକ୍ତ ଗାଡ଼ିକୁ ୧୦୦୦ ଟଙ୍କାର ଜୋରିମାନା କରାଯାଏ, ତେବେ ଫଟୋ ପଠାଇଥିବା ବ୍ୟକ୍ତିକୁ ୫୦୦ ଟଙ୍କାର ପୁରସ୍କାର ମିଳିବ ।

ସେ କହିଛନ୍ତି ଯେ ନାଗପୁରରେ ଥିବା ତାଙ୍କ ରୋଷେୟା ୨ଟି ସେକେଣ୍ଡ ହାଣ୍ଡ ଗାଡ଼ି ରଖିଛି । ଆଜିକାଲି ଗୋଟିଏ ପରିବାରରେ ୪ ଜଣ ସଦସ୍ୟଥିଲେ ମଧ୍ୟ ସେମାନେ ୬ଟି ଗାଡ଼ି କିଣୁଛନ୍ତି । ଦିଲ୍ଲୀରେ ଲୋକମାନେ ନିଜ ଘରେ ପାର୍କିଂ ସ୍ଥାନ ରଖୁ ନାହାନ୍ତି, ନିଜର ଗାଡ଼ିକୁ ସର୍ବସାଧାରଣ ରାସ୍ତାଉପରେ ପାର୍କ କରୁଛନ୍ତି । ଏଣୁ ଏପରି ନିୟମ ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe