ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପୁସ୍ତକ ଲେଖିଥିବା ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା କୈଳାସ ସାରଙ୍ଗଙ୍କ ପରଲୋକ

Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପୁସ୍ତକ ଲେଖିଥିବା ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା କୈଳାସ ସାରଙ୍ଗଙ୍କ ପରଲୋକ

image source-thequint.com

ଭୋପାଳ: ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ କୈଳାସ ସାରଙ୍ଗ ଶନିବାର ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ହଠାତ୍ ଅସୁସ୍ଥତା ହେତୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ନରେଲା ବିଧାୟକ ବିଶ୍ୱ ସାରଙ୍ଗଙ୍କ ପିତା ହେଉଛନ୍ତି କୈଳାସ ସାରଙ୍ଗ।

ଜରୁରୀକାଳୀନ ପରିସ୍ଥିତିରେ କୈଳାସ ସାରଙ୍ଗ ଜେଲ୍ ଯାଇଥିଲେ। ମଧ୍ୟ ପ୍ରଦେଶରେ ଜନ ସଂଗଠନର ମୂଳଦୁଆକୁ ସୁଦୃଢ କରିଥିବା ନେତା କୈଳାସ ସାରଙ୍ଗ, ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ରାଜମାତା ବିଜୟରାଜ ସିନ୍ଧିଆଙ୍କ ସହ ଘନିଷ୍ଠ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ 'ନରେନ୍ଦ୍ରସେ ନରେନ୍ଦ୍ର' ନାମକ ଏକ ପୁସ୍ତକ ଲେଖିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଘର୍ଷ ଦିନଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର ଘଟଣା ରହିଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଜୀବନରେ ଉତ୍ଥାନ-ପତନ ବିଷୟରେ ଉଲ୍ଲେଖ କରାଯାଇଛି। କୈଳାସ ସାରଙ୍ଗଙ୍କ ଜୀବନୀ ଉପରେ ଏକ ସିନେମା ମଧ୍ୟ ନିର୍ମାଣ କରାଯାଇଛି।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ନିଜର ଟ୍ବିଟରରେ ଲେଖିଛନ୍ତି ,‘ ମଧ୍ୟପ୍ରଦେଶରେ ବିଜେପିକୁ ଶକ୍ତିଶାଳୀ କରିବାରେ କୈଳାସ ସାରଙ୍ଗ ଅଦମ୍ୟ ପ୍ରଚେଷ୍ଟା କରିଥିଲେ। ତାଙ୍କ ଶୋକସନ୍ତପ୍ତ  ପରିବାର ଓ ଶୁଭେଚ୍ଛୁମାନଙ୍କୁ ସମବେଦନା ଜଣାଉଛି।’

ଏହାଛଡ଼ା ମଧ୍ୟପ୍ରଦେଶର ବିଜେପି ସମେତ ଅନ୍ୟ ଦଳର ବରିଷ୍ଠ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe