‘ଆଇସିୟୁ’ରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍‌; ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି

Advertisment
‘ଆଇସିୟୁ’ରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍‌; ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି

Image Courtesy of Hindustan Times

ନୂଆଦିଲ୍ଲୀ: କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହେବାର କିଛି ସପ୍ତାହ ପରେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍‌ଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍‌ପିଟାଲ୍‌ର ‘ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌’ରେ ଭର୍ତ୍ତି କରାଯାଇଛି। ପରିବାର ତରଫରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପୁଅ ଫୈସାଲ୍‌ ସେୟାର୍‌ କରିଥିବା ବିବୃତିରେ ଏହା ଉଲ୍ଲେଖ କରାଯାଇଛି। ଡାକ୍ତରୀ ତତ୍ତ୍ବାବଧାନରେ ଥିବା ପଟେଲ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପ୍ରତି ସ୍ଥିର ଥିବା କଥା ପରିବାର ତରଫରୁ କୁହାଯାଇଛି।

ରାଜ୍ୟସଭା ସଦସ୍ୟ ଥିବା ପଟେଲ୍‌ଙ୍କ ପରିବାର ଟୁଇଟ୍‌ କରିଥିବା ଏହି ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ହ୍ୟାଣ୍ଡେଲ୍‌ରୁ ଆମେ ଆପଣମାନଙ୍କୁ ସଦ୍ୟ ସୂଚନା ପ୍ରଦାନ କରିବୁ। ତାଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବାକୁ ଆପଣମାନଙ୍କୁ ଅନୁରୋଧ କରୁଛୁ।

publive-image Image Courtesy of The Indian Express

ଆନନ୍ଦ ଶର୍ମା ଏବଂ ଶଶୀ ଥରୁରଙ୍କ ସମେତ କେତେକ କଂଗ୍ରେସ ନେତା ଟୁଇଟ୍‌ କରି ୭୧ ବର୍ଷିୟ ପଟେଲ୍‌ଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମଧ୍ୟ ପଟେଲ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ଚିନ୍ତିତ ଥିବା କଥା ଟୁଇଟ୍‌ କରି ଲେଖିଛନ୍ତି।

କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ଅକ୍ଟୋବର ୧ ତାରିଖ ଦିନ ପଟେଲ୍ ଘୋଷଣା କରିବା ସହ ଦିଲ୍ଲୀ ବାସଭବନରେ ଏକାନ୍ତବାସରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe