ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କ ଦେହାନ୍ତ

Advertisment

Image Source: Hindustan Times

ହାଇଦ୍ରାବାଦ: କିଛି ଦିନ ଅସୁସ୍ଥ ରହିବା ପରେ ରବିବାର ଦିନ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଏସ୍‌ ଜୟପାଲ୍‌ ରେଡ୍ଡୀଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା।

ରେଡ୍ଡୀଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି।

କିଛି ଦିନ ଧରି ସେ ନିମୋନିଆରେ ଆକ୍ରାନ୍ତ ଥିଲେ ଏବଂ ଗାଚିବାଓଲିସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋ-ଏଣ୍ଟେରୋଲଜି ଠାରେ ଚିକିତ୍ସିତ ହେଉଥିଲେ। ରବିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ଘଟିବାରୁ ସେ ରାତି ୧: ୨୯ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ।

ତେଲେଙ୍ଗାନାର ମେହବୁବ୍‌ନଗର ଜିଲ୍ଲା ଅନ୍ତର୍ଗତ ମଦଗୁଲ୍‌ ଗାଁରେ ୧୯୪୨ ମସିହା ଜାନୁଆରି ୧୬ ତାରିଖ ଦିନ ସୁଦିନି ଦୁର୍ଗା ରେଡ୍ଡୀ ଏବଂ ଯଶୋଦାମ୍ମାଙ୍କ କୋଳମଣ୍ଡନ କରିଥିବା ରେଡ୍ଡୀ ହାଇଦ୍ରାବାଦର ଓସ୍‌ମାନିଆ ବିଶ୍ୱବିଦ୍ୟାଳୟରେ ସ୍ନାତକତ୍ତୋର କରିଥିଲେ।

ପ୍ରାରମ୍ଭିକ ଦିନମାନଙ୍କରେ ସେ ଜଣେ ସକ୍ରିୟ କଂଗ୍ରେସ କର୍ମୀ ଥିଲେ, କିନ୍ତୁ ୧୯୭୫ ମସିହାରେ ଜରୁରୀ ପରିସ୍ଥିତି ସମୟରେ ଦଳ ବିରୋଧରେ ପ୍ରତିବାଦ କରିଥିଲେ। ପରେ ସେ ଜନତା ଦଳରେ ଯୋଗ ଦେଇ ୧୯୮୫ ରୁ ୧୯୮୮ ଯାଏଁ ଏହାର ସାଧାରଣ ସଚିବ ଥିଲେ। ୯୦ ଦଶକରେ ସେ କଂଗ୍ରେସକୁ ଫେରିଥିଲେ।

ପ୍ରଥମ ଥର ୧୯୬୯ ମସିହାରେ ସେ କାଲଓ୍ଵାକୁର୍ତ୍ତି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଜୟଯୁକ୍ତ ହୋଇ ୪ ଥର ଏହାର ପ୍ରତିନିଧିତ୍ୱ କରିଥିଲେ।

publive-image Image Source: Zee News

୧୯୮୪ରେ ସେ ପ୍ରଥମ ଥର ଲାଗି ମେହେବୁବ୍‌ନଗର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିଣିଥିଲେ। ୧୯୯୯ ଏବଂ ୨୦୦୪ରେ ସେ ମିର୍ଯ୍ୟାଲଗୁଡ଼ା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ୨୦୦୯ରେ ଚେବେଲ୍ଲାକୁ ସ୍ଥାନାନ୍ତର ହୋଇଯାଇଥିଲେ।

୧୯୯୦ ଏବଂ ୧୯୯୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଜନତା ଦଳର ଫ୍ଲୋର୍‌ ଲିଡର୍‌ ହୋଇଥିଲେ।

ଆଇ କେ ଗୁଜରାଲ୍‌ଙ୍କ ସରକାରରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ମନମୋହନ ସିଂହଙ୍କ ସରକାରରେ ସେ ଥିଲେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଏବଂ ପରେ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିଲେ।

୧୯୯୮ରେ ସେ ଶ୍ରେଷ୍ଠ ସାଂସଦ ସମ୍ମାନ ଜିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe