ବରିଷ୍ଠ କଂଗ୍ରେସ ନେତା ସଂଜୟ ଝା କ‌ରୋନା ଆକ୍ରାନ୍ତ

Advertisment
ବରିଷ୍ଠ କଂଗ୍ରେସ ନେତା ସଂଜୟ ଝା କ‌ରୋନା ଆକ୍ରାନ୍ତ

Northeast Now

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଦଳ ମୁଖପାତ୍ର ସଂଜୟ ଝା କ‌ରୋନା ଆକ୍ରାନ୍ତ ହୋଇଛନ୍ତି। ଏକ ଟ୍ବିଟ୍‌ କରି ସଂଜୟ ଝା ଆଜି ଏହା ‌ସ୍ପଷ୍ଟ କରିଛନ୍ତି। ଝା' କହିଛନ୍ତି , ସେ କ‌ରୋନା ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ତାଙ୍କ ନିକଟରେ ସଂକ୍ରମଣର କୌଣସି ଲକ୍ଷଣ ନଥିବାରୁ ସେ ଆସନ୍ତା ୧୦-୧୨ ଦିନ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବେ । କିନ୍ତୁ ସଂକ୍ରମଣ ବ୍ୟପିବାକୁ ଆଦୌ ବେଖାତିର କରିବା ଉଚିତ୍‌ ନୁହେଁ। ସମସ୍ତଙ୍କୁ ଯତ୍ନରେ ରହିବାକୁ ପଡ଼ିବ ବୋଲି ଝା' କହିଛନ୍ତି। ତେବେ ସଂଜୟ ଝା' ଅସୁସ୍ଥ ଥିବା ନେଇ ପୋଷ୍ଟ୍ କରିବାପରେ ତାଙ୍କର ତୁରନ୍ତ ଆରୋଗ୍ୟ କାମନା କରାଯାଇଛି। ଉଲ୍ଲେଖଯୋଗ୍ୟ ସଂଜୟ ଝା ହେଉଛନ୍ତି ମୋଦୀ ସରକାରଙ୍କର ଜଣେ ଦୃଢ଼ ସମାଲୋଚକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe