ପୁଅ ‘ନକଲି ସରକାରୀ ଅଫିସର୍‌’ ଟିମ୍‌ ସହିତ ସମ୍ପୃକ୍ତ ଥିବାରୁ ଇସ୍ତଫା ଦେଲେ ଗୁଜରାଟ ସରକାରଙ୍କ ବରିଷ୍ଠ ଅଧିକାରୀ

Advertisment
ପୁଅ ‘ନକଲି ସରକାରୀ ଅଫିସର୍‌’ ଟିମ୍‌ ସହିତ ସମ୍ପୃକ୍ତ ଥିବାରୁ ଇସ୍ତଫା ଦେଲେ ଗୁଜରାଟ ସରକାରଙ୍କ ବରିଷ୍ଠ ଅଧିକାରୀ

Image Courtesy of Scroll.in

ଅହମଦାବାଦ: ‘ନକଲି ସରକାରୀ ଅଫିସର୍‌’ ଟିମ୍‌ ସହିତ ପୁଅ ସମ୍ପୃକ୍ତ ଥିବା କାରଣରୁ ଶୁକ୍ରବାର ଦିନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳର ଜଣେ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଶୁକ୍ରବାର ଦିନ ଅତିରିକ୍ତ ଜନସମ୍ପର୍କ ଅଧିକାରୀ ହିତେଶ ପାଣ୍ଡ୍ୟା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି। ଜେରା କରିବା ଲାଗି ତାଙ୍କ ପୁଅ ଅମିତ ପାଣ୍ଡ୍ୟାକୁ ଜମ୍ମୁ ଓ କଶ୍ମୀର ପୁଲିସ ଡକାଇବାରୁ ସ‌େ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ।

ହିତେଶ କହିଛନ୍ତି, ମତେ ଇସ୍ତଫା ଦେବାକୁ କେହି କହି ନାହାନ୍ତି। ନିଜସ୍ବ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛି। ବାକି ପଡ଼ିଥିବା କାମ ମାର୍ଚ ୩୧ ସୁଦ୍ଧା ସାରି ଅଫିସ୍‌ରୁ ବିଦାୟ ନେବି।

publive-image Image Courtesy of NDTV

ଜମ୍ମୁ ଓ କଶ୍ମୀର ପୁଲିସ କହିଛି ଯେ, ଅମିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ଆଭିମୁଖ୍ୟ ଓ ଅଭିଯାନ’ର ଅତିରିକ୍ତ ନିର୍ଦେଶକ ବୋଲି ପରିଚୟ ଦେଇଥିଲେ। ତେଣୁ, ନିୟମାନୁସାରେ, ସରକାରୀ କର୍ତ୍ତୃପକ୍ଷମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସୁଥିବା ଅଧିକାରୀମାନଙ୍କୁ ମିଳୁଥିବା ବୁଲେଟ୍‌ପ୍ରୁଫ୍‌ କାର୍‌, ସୁରକ୍ଷା କର୍ମୀ ଏବଂ ଜମ୍ମୁ ଓ କଶ୍ମୀରରେ ପଞ୍ଚତାରକା ହୋଟେଲ୍‌ରେ ରହଣି ବ୍ୟବସ୍ଥା କରିଥିଲେ।

ଠକାମି ଓ ଜାଲିଆତି ଅଭିଯୋଗରେ ମାର୍ଚ ୨ ତାରିଖ ଦିନ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ମାର୍ଚ ୩ ତାରିଖ ଦିନ ଶ୍ରୀନଗରସ୍ଥିତ ଏକ ପଞ୍ଚତାରକା ହୋଟେଲ୍‌ରୁ ତାଙ୍କୁ ଗିରଫ କରାଯାଇଥିଲା।

ତାଙ୍କ ବାପା ହିତେଶ ମଧ୍ୟ ସ୍ବୀକାର କରିଛନ୍ତି ଯେ, ବ୍ୟାବସାୟିକ କାର୍ଯ୍ୟରେ ଚଳିତ ମାସ ପ୍ରାରମ୍ଭରେ ପୁଅ ଜମ୍ମୁ ଓ କଶ୍ମୀର ଯାଇଥିଲା। ସେ ମଧ୍ୟ ତା’ ଗସ୍ତ ପ୍ରତି ସମ୍ମତି ଦେଇଥିଲେ। କିନ୍ତୁ, ଠକ କିରଣଭାଇ ପଟେଲ୍‌ଙ୍କ ‘ନକଲି ସରକାରୀ ଅଫିସର୍‌’ ଟିମ୍‌ ସହିତ ପୁଅର ସମ୍ପୃକ୍ତି ଥିବା କଥା ସେ ଜାଣି ନ ଥିଲେ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିନ୍ଦିତ ହେଉ ବୋଲି ମୁଁ ଚାହେଁନା। ତେଣୁ, ଇସ୍ତଫା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe