ସାଇବର ଠକେଇ ଜାଲରେ ବରିଷ୍ଠ ସାମ୍ବାଦିକା ନିଧି ରାଜଦାନ୍‌

Advertisment
ସାଇବର ଠକେଇ ଜାଲରେ ବରିଷ୍ଠ ସାମ୍ବାଦିକା ନିଧି ରାଜଦାନ୍‌

SheThePeople.TV

ନୂଆଦିଲ୍ଲୀ : ସାଇବର ଅପରାଧ ସଂପର୍କରେ ପାଠକମାନେ ଅନେକ ଖବର ପଢ଼ିଥିବେ। କିନ୍ତୁ ବରିଷ୍ଠ ସାମ୍ବାଦିକା ନିଧି ରାଜଦାନଙ୍କ ସହିତ ହୋଇଥିବା ଏକ ସାଇବର ଠକେଇ ଏବେ ସମସ୍ତଙ୍କୁ ଚକିତ କରିଛି। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକାଭାବେ ୨୧ ବର୍ଷ ଧରି କାମ କରିଥିବା ନିଧି ଗତବର୍ଷ ଜୁନରେ ଟ୍ବିଟ୍ କରି ଏହି କ୍ୟାରିୟର ଛାଡ଼ିବା ସଂପର୍କରେ ସୂଚନା ଦେଇଥିଲେ। ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ଆସୋସିଏଟ୍ ପ୍ରଫେସର ପଦ ପାଇଥିବାରୁ ସେ ଏହି ଚାକିରି ଛାଡ଼ିଛନ୍ତି ବୋଲି କହିଥିଲେ। ସେଠାରେ ସାମ୍ବାଦିକତା ବିଭାଗରେ ଯୋଗଦେବେ ବୋଲି କହିଥିଲେ। କିନ୍ତୁ ଏବେ ସାତ ମାସ ପରେ ସେ ଆଉ ଏକ ଟ୍ବିଟ୍ କରି ହାର୍ଭାର୍ଡରୁ ସେ କୌଣସି ଅଫର୍ ପାଇ ନଥିବା କହିଛନ୍ତି।

ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ୨୦୨୦ ସେପ୍ଟେମ୍ବରରେ ତାଙ୍କୁ ଏହି ପଦବିରେ ଯୋଗଦେବାକୁ ପଡ଼ିବ। ତେବେ ତାଙ୍କୁ ଏହାପରେ ଦ୍ବିତୀୟ ଥର ପାଇଁ ସୂଚନା ଦିଆଗଲା ଯେ କରୋନା ମହାମାରୀ ପାଇଁ ପାଠପଢ଼ା ୨୦୨୧ ଜାନୁଆରିରୁ ଆରମ୍ଭ ହେବ। ସେହି ସମୟରେ ହୋଇଥିବା ଯୋଗାଯୋଗରେ ମୁଁ କିଛି ତ୍ରୁଟି ପାଇଥିଲି। ଏହା କରୋନା ସମୟର ତ୍ରୁଟି ବା କିଛି ନୂଆ ସ୍ବାଭାବିକତା ହୋଇଥାଇ ପାରେ ବୋଲି ସେ ଭାବି ନେଇଥିଲେ। କିନ୍ତୁ ବିଶ୍ବବିଦ୍ୟାଳୟ ସହ ଯୋଗାଯୋଗ କରିବା ପରେ ତାଙ୍କୁ ଏଭଳି କୌଣସି ଅଫର ଦିଆଯାଇ ନଥିବା ସେ ଜାଣିବାକୁ ପାଇଛନ୍ତି। ତେଣୁ ତାହା ଏକ ଗୁରୁତର ସାଇବର ଅପରାଧ ବା ଫିସିଂ ଆଟାକ୍‌ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। ନିଧିଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ବ୍ୟବହାର କରି ସାଇବର ଅପରାଧୀମାନେ ତାଙ୍କ ସହିତ ଏହି ଖେଳ ଖେଳିଛନ୍ତି। ନିଧି ଏହି ସୂଚନା ଦେବା ପରେ ଟ୍ବିଟ‌ରରେ ହାର୍ଭାର୍ଡ ଟପ୍‌ ଟ୍ରେଣ୍ଡ୍‌ ପାଲଟିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe