ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ, ଶୋକ ପ୍ରକାଶ କଲେ ବହୁ ରାଜନେତା

ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ, ଶୋକ ପ୍ରକାଶ କଲେ ବହୁ ରାଜନେତା

Image Source-News 18

ନୂଆଦିଲ୍ଲୀ: ଏନସିପି (ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କର ଆଜି ଦିଲ୍ଲୀରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ।
ସ୍ବର୍ଗତ ଡିପି ତ୍ରିପାଠୀ ୧୯୫୨ ମସିହା ନଭେମ୍ବର ୨୯ ତାରିଖରେ ଉତ୍ତର ପ୍ରଦେଶର ସୁଲତାନପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ର ସଙ୍ଘର ସଭାପତି ମଧ୍ୟ ଥିଲେ।
ଡିପି ତ୍ରିପାଠୀ କଂଗ୍ରେସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ  କରିଥିଲେ। ଏହାପରେ ସେ ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ।ସେ ୨୦୧୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
ରାଜନେତା ଡିପି ତ୍ରିପାଠୀଙ୍କ ବିୟୋଗରେ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି। ଏନସିପି ସାଂସଦ ସୁପ୍ରିୟା ସୁଲେ ଡିପି ତ୍ରିପାଠୀଙ୍କ ବିୟୋଗରେ ଟୁଇଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ‘ତ୍ରିପାଠୀଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ। ସେ ଏନସିପିର ସାଧାରଣ ସଂପାଦକ ଥିଲେ ଏବଂ ଆମ ସମସ୍ତଙ୍କର ମାର୍ଗଦର୍ଶକ ଏବଂ ସଂରକ୍ଷକ ଥିଲେ। ଆମେ ତାଙ୍କର ପରାମର୍ଶ ଏବଂ ମାର୍ଗଦର୍ଶନ ମନେ ରଖିବୁ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।’

publive-image Image Source--khabarhub english news

ଠିକ୍ ସେହିପରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ୧୯୭୩ ମସିହାରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପଢ଼ିବା ସମୟରୁ ଡିପି ତ୍ରିପାଠୀଙ୍କ ସହ ତାଙ୍କର ପ୍ରଥମ ପରିଚୟ ହୋଇଥିଲା। ପରେ ସେଦୁହେଁ ନିୟମିତଭାବେ ବିଶ୍ବର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ ବୋଲି ଏସ ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe