ସୁଟିଂ ସେଟରେ ଘଟିଲା ଦୁର୍ଘଟଣା, ୨୦ଫୁଟ ତଳକୁ ଖସିପଡ଼ିବାରୁ ଷ୍ଟଣ୍ଟମ୍ୟାନଙ୍କ ହେଲା ମୃତ୍ୟୁ

Advertisment
ସୁଟିଂ ସେଟରେ ଘଟିଲା ଦୁର୍ଘଟଣା, ୨୦ଫୁଟ ତଳକୁ ଖସିପଡ଼ିବାରୁ ଷ୍ଟଣ୍ଟମ୍ୟାନଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସିନେମା ‘ସରଦାର-୨’ର ସେଟରେ ଦୁର୍ଘଟଣା ଘଟି ଜଣେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।। ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏଲୁମଲାଇ ଜଣେ ଲୋକପ୍ରିୟ ଷ୍ଟଣ୍ଟମ୍ୟାନ ଥିଲେ। ଯିଏକି ରଜନୀକାନ୍ତ, କମଲ ହାସନ, ବିଜୟ, ଅଜିତ କୁମାରଙ୍କ ପାଇଁ ସିନେମାରେ ଷ୍ଟଣ୍ଟ କରିଥିଲେ। ମଙ୍ଗଳବାର ସେ କାର୍ଥିଙ୍କ ସିନେମା ‘ସରଦାର-୨’ ପାଇଁ ଷ୍ଟଣ୍ଟ କରୁଥିଲେ। ଏହି ସମୟରେ ସୁରକ୍ଷାରେ ତ୍ରୁଟି ହେତୁ ସେ ୨୦ଫୁଟ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ସୁଟିଂ ସେଟର କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ। ଡାକ୍ତରଙ୍କ ପକ୍ଷରୁ ପ୍ରକାଶ, ଏଲୁମଲାଇଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ କାନପାଖରେ ଗଭୀର ଆଘାତ ଲାଗିଥିଲା। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

ସିନେମା ‘ସରଦାର-୨’ର ସୁଟିଂ ଜୁଲାଇ ୧୫ ତାରିଖରେ ଆରମ୍ଭ ହୋଇଥିଲା। ଚେନ୍ନାଇର ଏଲବି ପ୍ରସାଦ ଷ୍ଟୁଡିଓରେ ଏହାର ସୁଟିଂ ଚାଲୁଥିଲା। ଜୁଲାଇ ୧୨ରେ ‘ସରଦାର୨’ର ମୁହୂର୍ତ୍ତ ପୂଜା ସହିତ ଏହାକୁ ଅଧିକାରିକ ଭାବେ ଘୋଷଣା କରାଯାଇଥିଲା। ଏହାର ପ୍ରଥମ ଭାଗ ୨୦୨୨ରେ ରିଲିଜ ହୋଇଥିଲା। ଏହା ଏକ ସ୍ପାଇ ଥ୍ରିଲର ସିନେମା ଥିଲା। ଯେଉଁଥିରେ କାର୍ଥିଙ୍କୁ ଡବଲରୋଲରେ ଦେଖିବ‌ାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe