କାବୁଲ୍‌ ଡାକ୍ତରଖାନା ଆକ୍ରମଣରେ ବରିଷ୍ଠ ତାଲିବାନ କମାଣ୍ଡର୍‌ ନିହତ

Advertisment
କାବୁଲ୍‌ ଡାକ୍ତରଖାନା ଆକ୍ରମଣରେ ବରିଷ୍ଠ ତାଲିବାନ କମାଣ୍ଡର୍‌ ନିହତ

Image Courtesy of India Today

କାବୁଲ୍‌: ଡାକ୍ତରଖାନା ଆକ୍ରମଣକାରୀ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଆତଙ୍କବାଦୀଙ୍କ ସହ ତାଲିବ୍‌ମାନେ ମୁକାବିଲା କରୁଥିବା ବେଳେ ତାଲିବାନ୍‌ ମିଲ୍‌ଟାରି କମାଣ୍ଡର୍‌ ହାମଦୁଲ୍ଲା ମୋଖଲିସ୍‌ ନିହତ ହୋଇଥିବା କଥା ବୁଧବାର ଦିନ ଗଣମାଧ୍ୟମକୁ ଜଣେ ଆଫଗାନ ସରକାରୀ କର୍ମଚାରୀ କହିଛନ୍ତି।

ମୋଖ୍‌ଲିସ୍‌ ଥିଲେ କଠୋରପନ୍ଥୀ ‘ହକ୍କାନି ନେଟ୍‌ଓ୍ଵାର୍କ’ର ଅନ୍ୟତମ ସଦସ୍ୟ ତଥା ‘ବାଦ୍ରି କର୍ପସ୍‌ ସ୍ପେସାଲ୍‌ ଫୋର୍ସେସ୍‌’ର ଅଧିକାରୀ ଥିଲେ। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ତାଲିବାନ୍‌ ରାଜଧାନୀ କାବୁଲ ଅଧିକାର କରିବା ପରଠାରୁ ନିହତ ହୋଇଥିବା ତାଲିବ୍‌ମାନଙ୍କ ମଧ୍ୟରେ ମୋଖ୍‌ଲିସ୍‌ ହେଉଛନ୍ତି ସବୁଠୁ ବରିଷ୍ଠ ବ୍ୟକ୍ତିତ୍ୱ।

ମଙ୍ଗଳବାର ଦିନ ‘ସର୍ଦାର୍‌ ମହମ୍ମଦ ଦାଉଦ୍‌ ଖାଁ ମିଲିଟାରି ହସ୍ପିଟାଲ୍‌’ର ଫାଟକରେ ଦୁଇଟି ବିସ୍ଫୋରଣ ଏବଂ ପରେ ପରେ ଭୀଷଣ ଗୁଳି ବର୍ଷଣ ହୋଇଥିଲା।

publive-image Image Courtesy of India.com

ଆକ୍ରମଣର ୧୫ ମିନିଟ୍‌ ମଧ୍ୟରେ ତାଲିବାନ୍‌ ସେନା ଆକ୍ରମଣକାରୀଙ୍କୁ ମୁକାବିଲା କରିଥିବା ଦାବି କରି ତାଲିବାନ୍‌ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ କହିଛନ୍ତି, ‘ଆଇଏସ୍‌’ ଅନୁପ୍ରବେଶକାରୀ ସାଧାରଣ ନାଗରିକ, ଡାକ୍ତର ଓ ରୋଗୀମାନଙ୍କୁ ‘ଟାର୍ଗେଟ୍‌’ କରିବାକୁ ଚାହୁଁଥିଲେ।

ସେମାନଙ୍କୁ ମୁକାବିଲା କରିବା ଲାଗି ତାଲିବାନ୍‌ର ‘ସ୍ପେସାଲ୍‌ ଫୋର୍ସ’ଙ୍କୁ ଗୋଟିଏ ହେଲିକପ୍ଟର୍‌ରୁ ଡାକ୍ତରଖାନାର ଛାତ ଉପରେ ଓହ୍ଲାଇ ଦିଆଯାଇଥିଲା। ଏହି ହେଲିକପ୍ଟର୍‌ ସବୁ ଯୁକ୍ତରାଷ୍ଟ୍ର ଆମେରିକାକୁ ସମର୍ଥନ କରିଥିବା ଆଫଗାନିସ୍ତାନର ପୂର୍ବତନ ସରକାରଙ୍କ ଠାରୁ ତାଲିବାନ୍‌ ଜବତ କରିଥିଲା।

ଡାକ୍ତରଖାନାର ଫାଟକ ନିକଟରେ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବିସ୍ଫୋରକ ସାମଗ୍ରୀ ଫୁଟାଇବା ପରେ ପରେ ବନ୍ଧୁକଧାରୀମାନେ ଗୁଳିବର୍ଷଣ କରି ଡାକ୍ତରଖାନା ପରିସର ମଧ୍ୟକୁ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe