ବରିଷ୍ଠ ବିଜେପି ସାଂସଦ ଚିନ୍ତାମନ ବଙ୍ଗାଙ୍କ ପରଲୋକ

Advertisment
ବରିଷ୍ଠ ବିଜେପି ସାଂସଦ ଚିନ୍ତାମନ ବଙ୍ଗାଙ୍କ ପରଲୋକ

ମୁମ୍ବାଇ : ମହାରାଷ୍ଟ୍ରର ବରିଷ୍ଠ ବିଜେପି ସାଂସଦ ଚିନ୍ତାମନ ବଙ୍ଗାଙ୍କର ଆଜି ହୃଦ୍‌ଘାତରେ ପରଲୋକ ଘଟିଛି। ପଲ୍‌ଘର ନିର୍ବାଚନ ମଣ୍ଡଳୀର ସାଂସଦ ଚିନ୍ତାମନ ଆଜି ନୂଆଦିଲ୍ଲୀର ଫିରୋଜ୍‌ଶାହ ରୋଡ୍‌ ସ୍ଥିତ ତାଙ୍କ ବାସଭବନରେ ହୃଦ୍‌ଘାତର ଶିକାର ହେବାପରେ ତାଙ୍କୁ ରାମ ମନୋହର ଲୋହିୟା ହସ୍ପିଟାଲ୍‌ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୬୭ ବର୍ଷୀୟ ବଙ୍ଗା ବୃତ୍ତିରେ ଜଣେ ଆଇନଜୀବୀ ଥିଲେ। ଆସନ୍ତକାଲି ବଙ୍ଗାଙ୍ଗ ଗ୍ରାମ ତଳସାରିର କାଓ୍ଵଡ୍‌ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe