ଆମେରିକୀୟ ନର୍ସଙ୍କ ଚାଞ୍ଚଲ୍ୟକର ଖୁଲାସା : ଭେଣ୍ଟିଲେଟରରେ ଥାଇ ମରୁଛନ୍ତି କରୋନା ରୋଗୀ, ନ୍ୟୁୟର୍କରେ ଚିକିତ୍ସା ଠିକ ହେଉନାହିଁ

Advertisment
ଆମେରିକୀୟ ନର୍ସଙ୍କ ଚାଞ୍ଚଲ୍ୟକର ଖୁଲାସା : ଭେଣ୍ଟିଲେଟରରେ ଥାଇ ମରୁଛନ୍ତି କରୋନା ରୋଗୀ, ନ୍ୟୁୟର୍କରେ ଚିକିତ୍ସା ଠିକ ହେଉନାହିଁ

dailymail

ନୂଆଦିଲ୍ଲୀ: ନ୍ୟୁୟର୍କ ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଥିବା ଦୁନିଆର ସବୁଠୁ ବଡ ସହର ପାଲଟିଛି। କେବଳ ନ୍ୟୁୟର୍କରେ ୧୨,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରୟାସ କରୁଥିବା ବେଳେ ନ୍ୟୁୟର୍କର ଏକ ହସ୍ପିଟାଲରେ କୋଭିଡ -୧୯ର ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟକର୍ମୀ ଭାବେ କାମ କରୁଥିବା ଜଣେ ନର୍ସ ଡାକ୍ତରଖାନା ବିଷୟରେ ହୃଦୟ ଥରାଇଦେବା ଭଳି ଖୁଲାସା କରିଛନ୍ତି | ନର୍ସ ଦାବି କରିଛନ୍ତି ଯେ, ଅଧିକାଂଶ କୋଭିଡ-୧୯ ରୋଗୀଙ୍କୁ ଭେଣ୍ଟିଲେଟର ଦ୍ୱାରା ସେମାନଙ୍କର ଚିକିତ୍ସା ନୁହେଁ ବରଂ ସେମାନଙ୍କୁ ହତ୍ୟା କରାଯାଉଛି। ନର୍ସଜଣଙ୍କ ନିଜେ ସାମ୍ନାକୁ ନଆସି ନିଜ ବନ୍ଧୁ ସାରା ଏନପିଙ୍କ ଜରିଆରେ ନିଜ କଥା କହିଥିବା ଜଣାପଡ଼ିଛି | ସାରା ସେହି ହୃଦୟ ବିଦାରକ କଥା ନିଜ ୟୁଟ୍ୟୁବରେ ଚ୍ୟାନେଲ ଜରିଆରେ ରଖିଛନ୍ତି।

ଭିଡିଓର ଆରମ୍ଭରୁ ସାରା ଏନପି କହୁଛନ୍ତି କି, 'ମୁଁ କୋଭିଡ-୧୯ ରୋଗୀଙ୍କ ପାଇଁ ଏହି ଭିଡ଼ିଓ ବନାଉଛି। ମୋ ବନ୍ଧୁ ମୋତେ ଯାହା କହିଛନ୍ତି ମୁଁ ଆପଣମାନଙ୍କୁ  ତାହା କହିବାକୁ ଯାଉଛି | ସେ ଚାହୁଁଛନ୍ତି ଯେ, ଏହିସବୁ ଜିନିଷ ସମସ୍ତଙ୍କ ସାମ୍ନାକୁ ଆସୁ। ସେ ଆହୁରି ମଧ୍ୟ କହିଛନ୍ତି, ସେ ଏପରି ଅସାବଧାନତାକୁ କୌଣସି ସ୍ଥାନରେ ଦେଖି ନାହାଁନ୍ତି। ଡାକ୍ତରଖାନାରେ ଅସୁସ୍ଥ ଲୋକଙ୍କ ସାହାଯ୍ୟ କରିବା ବଦଳରେ ସେମାନଙ୍କୁ ହତ୍ୟା କରାଯାଉଛି। କେବଳ କରୋନା ଭୂତାଣୁ ଦ୍ୱାରା ପୀଡିତ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ମୋ ବନ୍ଧୁ ନ୍ୟୁୟର୍କକୁ ଆସିଛନ୍ତି | ସେ ମୋତେ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ହତ୍ୟା କରାଯାଉଥିବା କହିଛନ୍ତି। ତେବେ ନିଜ ବନ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ ସାରା ନିଜ ବନ୍ଧୁଙ୍କ ନାମ ଏବଂ ଡାକ୍ତରଖାନାର ନାମକୁ ଗୁପ୍ତ ରଖିଛନ୍ତି।

ସାରାଙ୍କ ଅନୁଯାୟୀ, ରୋଗୀମାନେ କରୋନା ଚିକିତ୍ସା ବିଷୟରେ ଅଧିକ କିଛି ଜାଣନ୍ତି ନାହିଁ। ସେମାନଙ୍କ ସହ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ନଥାନ୍ତି | ତେଣୁ ଡାକ୍ତରଙ୍କ କାମ ବିଷୟରେ କହିବାକୁ କେହି ନଥାନ୍ତି | ତେଣୁ ରୋଗୀମାନେ ଡାକ୍ତରଙ୍କ କଥା ବାଧ୍ୟ ହୋଇ ମାନିଥାନ୍ତି | ରୋଗୀମାନଙ୍କୁ ଭର୍ତ୍ତି କରାଯିବା ପରେ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥାଏ | ପରେ ଭେଣ୍ଟିଲେଟରର ଚାପ ବଢାଯାଇଥାଏ ,ଯାହା ଦ୍ୱାରା ଫୁସଫୁସକୁ କ୍ଷତି ପହଂଚିଥାଏ | ଏଭଳି କିଛିଦିନ ହେବା ପରେ କରୋନା ରୋଗୀର ମୃତ୍ୟୁ ହୋଇଥାଏ | ଯଦି ଜଣକୁ ଭେଣ୍ଟିଲେଟରରେ ରଖିଦିଆଯାଏ ତେବେ ସେଠାରୁ ସୁସ୍ଥ ହୋଇ ବାହାରିବା ଅସମ୍ଭବ | ଏହା ବ୍ୟତୀତ ସାରା ଡାକ୍ତରଖାନାରେ ନର୍ସମାନଙ୍କ ଆଚରଣ ଏବଂ ଅନ୍ୟାନ୍ୟ ବ୍ୟାଧି ବିଷୟରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସାରାଙ୍କ ଏଭଳି ଭିଡ଼ିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe