ଷ୍ଟକ ବଜାରରେ କମ୍ପନ, ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ

ମଙ୍ଗଳବାର ଭାରତୀୟ ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ସେନସେକ୍ସ ୧୦୧୮.୮୦ ପଏଣ୍ଟ ହ୍ରାସ ପାଇ ୭୬,୨୯୩.୬୦ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫଟି ୩୧୦ ପଏଣ୍ଟ ହ୍ରାସ ପାଇ ୨୩,୧୦୦ ପଏଣ୍ଟରେ ବନ୍ଦ ହୋଇଛି । 

sensex

ମୁମ୍ବାଇ : ମଙ୍ଗଳବାର ଭାରତୀୟ ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ କାରବାର ଅଧିବେଶନରେ ୧,୨୮୧.୨୧ ପଏଣ୍ଟ ହ୍ରାସ ପାଇ ଗୋଟିଏ ଦିନର ସର୍ବନିମ୍ନ ସ୍ତର ୭୬,୦୩୦.୫୯ ପଏଣ୍ଟରେ ପହଞ୍ଚିଛି। ଶେଷରେ ସେନସେକ୍ସ ୧୦୧୮.୮୦ ପଏଣ୍ଟ ହ୍ରାସ ପାଇ ୭୬,୨୯୩.୬୦ ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସ ସୋମବାର ୭୭,୩୧୧.୮୦ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନିଫଟି ୩୧୦ ପଏଣ୍ଟ ହ୍ରାସ ପାଇ ୨୩,୧୦୦ ପଏଣ୍ଟରେ ବନ୍ଦ ହୋଇଛି । 

ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ବିଶ୍ବର ବିଭିନ୍ନ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି । ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିଛି । 
ସେୟାର ମାର୍କେଟରେ ଏହି ହ୍ରାସ ଯୋଗୁଁ ନିବେଶକମାନେ ଯଥେଷ୍ଟ କ୍ଷତି ସହିଛନ୍ତି । ନିବେଶକଙ୍କ କ୍ଷତି ବିଏସଇର ମାର୍କେଟ୍ କ୍ୟାପ୍ ରେ ଅସ୍ଥିରତା ଉପରେ ନିର୍ଭର କରେ। ଗୋଟିଏ ଦିନ ପୂର୍ବରୁ ବିଏସଇର ମାର୍କେଟ କ୍ୟାପ ୪,୧୭,୮୨,୫୭୩.୭୯ କୋଟି ଟଙ୍କା ଥିଲା, ଯାହା କି କାରବାର ଅଧିବେଶନରେ ୪୦୭ ଲକ୍ଷ କୋଟି ଟଙ୍କାତଳକୁ ଖସି ଆସିଥିଲା । ଅର୍ଥାତ୍ ଚଳିତ କାରବାର ଅଧିବେଶନରେ ନିବେଶକମାନେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ଫେବ୍ରୁଆରି ୪ ରୁ ଗତ ୫ଟି ଟ୍ରେଡିଂ ଅଧିବେଶନରେ ନିବେଶକମାନେ ଅଧିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ୪ରେ ବିଏସଇର ମାର୍କେଟ କ୍ୟାପ ୪,୨୫,୫୦,୮୨୬.୧୧ କୋଟି ଟଙ୍କା ଥିଲା, ଯେଉଁଥିରୁ ବର୍ତ୍ତମାନ ସୁଦ୍ଧା ୧୭.୭୬ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe