କରୋନା ଟିକା ଆସିବା ନେଇ ଆଶା ବଢୁଥିବା ବେଳେ ବିଦେଶୀ ନିବେଶକ ବଢାଉଛନ୍ତି ନିବେଶ, ରେକର୍ଡ ସ୍ତରରେ ପହଞ୍ଚିଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ

Advertisment
କରୋନା ଟିକା ଆସିବା ନେଇ ଆଶା ବଢୁଥିବା ବେଳେ ବିଦେଶୀ ନିବେଶକ ବଢାଉଛନ୍ତି ନିବେଶ, ରେକର୍ଡ ସ୍ତରରେ ପହଞ୍ଚିଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ପହଂଚିଛି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) । ମଙ୍ଗଳବାର ଷ୍ଟକ ମାର୍କେଟ୍ ୫୦୬ ପଏଣ୍ଟ ବୃଦ୍ଧିପାଇ ୪୪,୬୫୫ ପଏଣ୍ଟରେ ବନ୍ଦ ହୋଇଥିଲା। ଆଇଟି, ବ୍ୟାଙ୍କିଙ୍ଗ୍ ଓ ରିୟଲ ଇଷ୍ଟେଟ୍ ଷ୍ଟକ କାରବାରରେ ଉନ୍ନତି ଦେଖାଦେବା ଯୋଗୁଁ ସୂଚକାଙ୍କ ପ୍ରାୟ ୪୫୦ ପଏଣ୍ଟ ଉଚ୍ଚକୁ ଯାଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସ୍ଇ) ର ନିଫ୍ଟ ୧୪୦ ପଏଣ୍ଟ ବୃଦ୍ଧିପାଇ ୧୩,୧୦୯ ପଏଣ୍ଟ ଛୁଇଁଛି ।
ସେନସେକ୍ସରେ ସନଫାର୍ମା, ଟେକ୍ ମହିନ୍ଦ୍ରା, ଇଣ୍ଡସଇଣ୍ଡ ବ୍ୟାଙ୍କ୍, ଭାରତୀ ଏୟାରଟେଲ, ଓଏନ୍ଜିସି, ଆଇସିଆସିଆଇ ବ୍ୟାଙ୍କ୍, ଇନଫୋସିସ୍ ବ୍ୟାଙ୍କର ସେୟାର କାରବାରରେ ବେଶ ଉନ୍ନତି ଦେଖିବାକୁ ମିଳିଛି । ଏମାନଙ୍କର ସେୟାର କାରବାର ପ୍ରାୟ ୫.୫୧ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି କୋଟାକ ବ୍ୟାଙ୍କ୍, ଟାଇଟନ, ବଜାଜ୍ ଫାଇନାନ୍ସ, ନେସଲେ ଇଣ୍ଡିଆ ଏବଂ ଏଚ୍ଡିଏଫସି ବ୍ୟାଙ୍କ ସେୟାରର କାରବାର ପ୍ରାୟ ୧.୩୯ ପ୍ରତିଶତ ତଳକୁ ଖସିଛି । ଏହାବାଦ୍ ଏନ୍ଏସି ପ୍ଲାଟଫର୍ମରେ ରିୟଲିଟି, ପିଏସ୍ୟୁ ବ୍ୟାଙ୍କ, ଆଇଟ ଓ ଫାର୍ମା ଶେୟାର ୩.୩୩ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି ।
କୋଭିଡ-୧୯ ଟିକା ଆସିବା ନେଇ ଆଶା ବଢିଥିବାରୁ ଏବେ ବିଦେଶୀ ନିବେଶକ ମାନେ ସେମାନଙ୍କ ନିବେଶ ବଢାଇଥିବା ଦେଖିବାକୁ ମିଳିଛି । ଫଳରେ ଭାରତୀୟ ବଜାରକୁ ଏହାର ଲାଭ ମିଳିଛି । ନଭେମ୍ବର ମାସରେ ଉଭୟ ସୂଚକାଙ୍କ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ହୋଇଥିବା ନଜରକୁ ଆସିଛି । ଗୁରୁ ନାନକଙ୍କ ଜୟନ୍ତି ଯୋଗୁଁ ସୋମବାର ଷ୍ଟକ ମାର୍କେଟ୍ ବନ୍ଦ ଥିଲା ।  ଅନ୍ୟପଟେ ସେପ୍ଟମ୍ବର ମାସରେ ତ୍ରୈମାସିକ ଜିଡିପି ୭.୫ ପ୍ରତିଶତ ଖସିଛି । ଯାହାକି ପ୍ରଥମ ତ୍ରୈମାସିକରେ ୨୩.୯ ପ୍ରତିଶତ ଖସିଥିଲା । ଜିଡିପିକୁ ନେଇ ବି ନିବେଶକମାନଙ୍କ ମଧ୍ୟରେ ଆଶା ସଂଚାର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe