ଏକଜିଟ ପୋଲରେ ମୋଦି ସରକାରଙ୍କୁ ବହୁମତ: ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି, ଖସିଲା ପାକିସ୍ତାନ ଷ୍ଟକ ବଜାର

Advertisment
ସେନ୍‌ସେକ୍ସରେ ରେକର୍ଡ: ନିବେଶକଙ୍କ ୧ ଲକ୍ଷ ୮୧ ହଜାର କୋଟି ଲାଭ

Image: Hindustan Times

ମୁମ୍ବାଇ : ଗତ କାଲି ଆସିଥିବା ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି ଯେ ଦେଶରେ ପୁଣି ମୋଦି ସରକାର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରାୟ ସବୁ ସର୍ଭେ ସଂସ୍ଥା ଏନଡିଏକୁ ବହୁମତ ଦେଇଛନ୍ତି । ଏହାର ପ୍ରଭାବ ଆଜି ଷ୍ଟକ ବଜାର ଉପରେ ପଡିଛି । ପୁଣି ମୋଦି ସରକାର ଆସିବା ଆଶା ଉଜ୍ଜଳ ହେବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚାକାଙ୍କ ସେନସେକ୍ସ ପ୍ରାୟ ୧୪୨୧ ପଏଣ୍ଟ ବୃଦ୍ଧି ପାଇ ୩୯୩୫୨.୬୭ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୪୨୧ ପଏଣ୍ଟ ବୃଦ୍ଧି ପାଇ ୧୧୮୨୮.୩୦ ପଏଣ୍ଟରେ ବନ୍ଦ ହୋଇଛି । ଆସନ୍ତା ୨୩ ତାରିଖରେ ଭୋଟ ଗଣତିରେ ଯଦି ମୋଦି ସରକାର ଆସିବା ସ୍ପଷ୍ଟ ହୋଇଯାଏ, ତେବେ ସେନସେକ୍ସ ୪୦ ହଜାର ପଏଣ୍ଟ ଟପିବା ଅସମ୍ଭବ ନୁହେଁ ।

ଏନଡିଏ ପୁଣି କ୍ଷମତାକୁ ଫେରିବା ଆଶା ମଧ୍ୟରେ ଭାରତୀୟ ଷ୍ଟକ ବଜାରରେ ଚମକ ଦେଖାଦେଇଥିବାବେଳେ ପାକିସ୍ତାନୀ ଷ୍ଟକ ବଜାରରେ କିନ୍ତୁ ହ୍ରାସ ପରିଲକ୍ଷିତ ହୋଇଛି । କରାଚୀ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ଆଜି ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇଛି । ତେବେ ପାକିସ୍ତାନ ଷ୍ଟକ ବଜାରରେ ହ୍ରାସ ପଛରେ କେବଳ ମୋଦିଙ୍କ ଲେଉଟାଣି ନୁହେଁ, ଅନ୍ୟ କେତେକ କାରଣ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ପାକିସ୍ତାନ ଅର୍ଥନୀତିର ଦେବାଳିଆ ଅବସ୍ଥା । ଆଇଏମଏଫ ଦ୍ୱାରା ଋଣ ପ୍ରଦାନ ବଦଳରେ କଡ଼ା ସର୍ତ୍ତ ଆରୋପ କରାଯାଇଛି ତାହା ପାକିସ୍ତାନ ଅର୍ଥନୀତିକୁ ଆହୁରି ନିମ୍ନଗାମୀ କରିବା ଆଶଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe