ଷ୍ଟକ ବଜାରରେ ଉତ୍ସାହ : ସେନସେକ୍ସ ୯୯୨ ପଏଣ୍ଟ ବୃଦ୍ଧି

ସପ୍ତାହର ପ୍ରଥମ ଦିନରେ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତିର ଜବରଦସ୍ତ ବିଜୟ ନିବେଶଙ୍କ ଉତ୍ସାହକୁ ବଢାଇଦେଇଛି । 

ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ: ଜାନୁଆରିରେ ନେଲେଣି ୩୭୭୬ କୋଟି

ମୁମ୍ବାଇ: ସପ୍ତାହର ପ୍ରଥମ ଦିନରେ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତିର ଜବରଦସ୍ତ ବିଜୟ ନିବେଶଙ୍କ ଉତ୍ସାହକୁ ବଢାଇଦେଇଛି । 

ସୋମବାର ବିଏସଇ ସେନସେକ୍ସ ୯୯୨.୭୪ ପଏଣ୍ଟ ବୃଦ୍ଧି ପାଇ ୮୦,୧୦୯.୮୫ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ମଧ୍ୟ ୩୧୪.୬୫ ପଏଣ୍ଟ ବୃଦ୍ଧି ପାଇ ୨୪,୨୨୧.୯୦ ପଏଣ୍ଟରେ ବନ୍ଦ ହୋଇଛି। ଆଜିର ଏହି ବୃଦ୍ଧିରେ ଅଧିକାଂଶ ତାଲିକାଭୁକ୍ତ କଂପାନିର ସେୟାର ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଶୁକ୍ରବାର ମଧ୍ୟ ବଜାର ରେ ଜବରଦସ୍ତ ବୃଦ୍ଧି ଘଟିଥିଲା। ଶୁକ୍ରବାର ବିଏସ୍ଇ ସେନ୍ସେକ୍ସ ୧୯୬୧.୩୨ ପଏଣ୍ଟ ବୃଦ୍ଧି ପାଇ ୭୯,୧୧୭.୧୧ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୫୦ ମଧ୍ୟ ୫୫୭.୩୫ ପଏଣ୍ଟ ବୃଦ୍ଧି ପାଇ ୨୩,୯୦୭.୨୫ ପଏଣ୍ଟରେ ବନ୍ଦ ହୋଇଛି। 

ଆଦାନୀ ମାମଲାକୁ ନେଇ ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖାଯିବାର ଆଶଙ୍କା କରାଯାଉଥିବାବେଳେ, ଫଳ ତାହାର ଠିକ ଓଲଟା ହୋଇଛି । ଷ୍ଟକବଜାରରେ ଗତ ଶୁକ୍ରବାର ଓ ଆଜି ସୋମବାର ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe