ପ୍ରଥମ ଥର ପାଇଁ ୮୫୦୦୦ ପଏଣ୍ଟ ଟପିଲା ସେନସେକ୍ସ

ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ବୃଦ୍ଧି ଦେଖାଦେଇଛି।  ଉଭୟ ବିଏସଇ ସେନ୍ସେକ୍ସ ଓ ଏନଏସଇ ନିଫ୍ଟି ଇତିହାସ ରଚିଛନ୍ତି । ସେନସେକ୍ସ ପ୍ରଥମ ଥର ପାଇଁ ୮୫,୦୦୦ ପଏଣ୍ଟ ଟପିଥିବା ବେଳେ ନିଫ୍ଟି ମଧ୍ୟ ପ୍ରଥମ ଥର ପାଇଁ ୨୬,୦୦୦ ଟପିଛି।

ଅଦ୍ୟତନ ହୋଇଛି
bse

ମୁମ୍ବାଇ: ଆଜି ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ବୃଦ୍ଧି ଦେଖାଦେଇଛି।  ଉଭୟ ବିଏସଇ ସେନ୍ସେକ୍ସ ଓ ଏନଏସଇ ନିଫ୍ଟି-୫୦ ସୂଚକାଙ୍କ ଇତିହାସ ରଚିଛନ୍ତି । ସେନସେକ୍ସ ପ୍ରଥମ ଥର ପାଇଁ ୮୫,୦୦୦ ପଏଣ୍ଟ ଟପିଥିବା ବେଳେ ନିଫ୍ଟି ମଧ୍ୟ ପ୍ରଥମ ଥର ପାଇଁ ୨୬,୦୦୦ ଟପିଛି। ସପ୍ତାହର ଦ୍ବିତୀୟ ଦିନରେ ସେନସେକ୍ସ ୮୫,୧୬୩.୨୩ ପଏଣ୍ଟ ଓ ନିଫ୍ଟି ୨୬,୦୧୧.୫୫ ପଏଣ୍ଟରେ ପହଞ୍ଚିଥିଲା। ତେବେ ଉଭୟ ସୂଚକାଙ୍କ ସାମାନ୍ୟ ହ୍ରାସ ସହ ବନ୍ଦ ହୋଇଛି।

ଉଭୟ ବିଏସଇ ସେନ୍ସେକ୍ସ ଓ ଏନଏସଇ ନିଫ୍ଟି ରଚିଛନ୍ତି । ସେନସେକ୍ସ ପ୍ରଥମ ଥର ପାଇଁ ୮୫,୦୦୦ ପଏଣ୍ଟ ଟପିଥିବା ବେଳେ ନିଫ୍ଟି ମଧ୍ୟ ପ୍ରଥମ ଥର ପାଇଁ ୨୬,୦୦୦ ଟପିଛି।

ବଜାର ବନ୍ଦ ବେଳେ ସେନସେକ୍ସ ୨୧୨.୫୪ ପଏଣ୍ଟ ହ୍ରାସ ସହ ୮୪,୭୧୬.୦୭ ପଏଣ୍ଟରେ ବନ୍ଦ ହୋଇଥିଲା। ଏନଏସଇ ନିଫ୍ଟି ୫୨.୨ ପଏଣ୍ଟ ହ୍ରାସ ପାଇ ୨୫,୮୮୬.୮୫ ପଏଣ୍ଟରେ ଥିଲା । ସେନ୍ସେକ୍ସରେ ଥିବା ୩୦ଟି ତାଲିକାଭୁକ୍ତ କଂପାନି ମଧ୍ୟରୁ ଇନଫୋସିସ୍, ବଜାଜ ଫାଇନାନ୍ସ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚ୍ସିଏଲ୍ ଟେକ୍ନୋଲୋଜି, ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ଅଲ୍ଟ୍ରାଟେକ୍ ସିମେଣ୍ଟର ସେୟାର ସବୁଠାରୁ ଅଧିକ କ୍ଷତିସହିଛନ୍ତି । ଅନ୍ୟପଟେ ଟାଟା ଷ୍ଟିଲ, ଜେଏସଡବ୍ଲୁ ଷ୍ଟିଲ, ନେସଲେ ଓ ଟାଟା ମୋଟର୍ସର ସେୟାର ରେ ବୃଦ୍ଧି ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe