ଷ୍ଟକ ବଜାର ଉପରେ ପଡ଼ିଲାନି ଆଦାନୀ ମାମଲାର ପ୍ରଭାବ, ୧୯୬୧ ପଏଣ୍ଟ ବଢିଲା ସେନସେକ୍ସ

ଭାରତର ପ୍ରମୁଖ ଶିଳ୍ପସଂସ୍ଥା ଆଦାନୀ ଗ୍ରୁପକୁ ନେଇ ଆମେରିକୀୟ କୋର୍ଟରେ ଆସିଥିବା ଅଭିଯୋଗକୁ ନେଇ ଭାରତୀୟ ଷ୍ଟକ ବଜାର ପ୍ରଭାବିତ ହେବାର ଆଶଙ୍କା କରାଯାଉଥିଲା । କିନ୍ତୁ ଏବେ ଏହି ଆଶଙ୍କା ଅମୂଳକ ପ୍ରମାଣିତ ହୋଇଛି । ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ଐତିହାସିକ ବୃଦ୍ଧି ଦେଖାଯାଇଛି ।

ଅଦ୍ୟତନ ହୋଇଛି
sensex

ମୁମ୍ବାଇ: ଭାରତର ପ୍ରମୁଖ ଶିଳ୍ପସଂସ୍ଥା ଆଦାନୀ ଗ୍ରୁପକୁ ନେଇ ଆମେରିକୀୟ କୋର୍ଟରେ ଆସିଥିବା ଅଭିଯୋଗକୁ ନେଇ ଭାରତୀୟ ଷ୍ଟକ ବଜାର ପ୍ରଭାବିତ ହେବାର ଆଶଙ୍କା କରାଯାଉଥିଲା । କିନ୍ତୁ ଏବେ ଏହି ଆଶଙ୍କା ଅମୂଳକ ପ୍ରମାଣିତ ହୋଇଛି । କାରଣ ନିବେଶକମାନେ ହିଣ୍ଡନବର୍ଗ ରିପୋର୍ଟକୁ ନେଇ ଯେଉଁ ଭୁଲ କରିଥିଲେ ଏଥର ତାହାକୁ ଦୋହରାଇନାହାନ୍ତି।

ଶୁକ୍ରବାରଦିନ ସେନସେକ୍ସ ୧୯୬୧ ପଏଣ୍ଟ ବୃଦ୍ଧି ସହ ୭୯.୧୧୭.୧୧ ପଏଣ୍ଟରେ ବନ୍ଦ ହେବା ବେଳେ ନିଫଟି ୫୫୭ ପଏଣ୍ଟ ବୃଦ୍ଧି ସହ ୨୩୯୦୭ ପଏଣ୍ଟରେ ବନ୍ଦ ହୋଇଛି । ସୂଚକାଙ୍କରେ ଗତ ୫ ମାସରେ ଏହାକୁ ସବୁଠାରୁ ବଡ଼ ବୃଦ୍ଧି ବୋଲି କୁହାଯାଉଛି । ଆଜିର ଏହି ବୃଦ୍ଧି ଫଳରେ ନିବେଶକମାନେ ପ୍ରାୟ ୭.୫୮ ଲକ୍ଷ କୋଟି ଲାଭ କରିଛନ୍ତି।

ବଜାର ବିଶେଷଜ୍ଞଙ୍କ ମତରେ ଆଦାନୀ ମାମଲାର ପ୍ରଭାବ ଗୁରୁବାରଦିନ ଷ୍ଟକବଜାର ଉପରେ ପଡ଼ିଥିଲା। କିନ୍ତୁ ଶୁକ୍ରବାରଦିନ ନିବେଶକମାନେ ଏହି ମାମଲାକୁ ସେତେଟା ଗୁରୁତ୍ବ ଦେଇନଥିଲେ। ଏହା ସହିତ ଶନିବାର ଆସିବାକୁ ଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ନିବେଶକମାନେ ଆଶାବାଦୀ ଅଛନ୍ତି । ବିଶେଷକରି ବିଜେପିର ବିଜୟକୁ ନେଇ ନିବେଶକମାନେ ଆଶାବାଦୀ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe