ଷ୍ଟକ ବଜାରରେ ଉତ୍ସାହ, ଗୋଟିଏ ଦିନରେ ନିବେଶକଙ୍କ ଲାଭ ୬ ଲକ୍ଷ କୋଟି

ନୂଆବର୍ଷରେ ଷ୍ଟକ ବଜାରରେ ଉତ୍ସାହ ଜାରି ରହିଛି । ଜାନୁଆରି ୧ ପରି ଆଜି ଅର୍ଥାତ୍ ଜାନୁଆରି ୨ରେ ବି ଭାରତୀୟ ଷ୍ଟକ ବଜାରରେ  ବୃଦ୍ଧି ଦେଖିବାକୁ ମିଳିଛି । ବିଏସ୍ଇ ସେନସେକ୍ସ ୧୪୩୬.୩୦ ପଏଣ୍ଟ (୧.୮୩%) ବୃଦ୍ଧି ପାଇ ୭୯,୯୪୩.୭୧ ପଏଣ୍ଟରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ୯୨୯ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ: ନୂଆବର୍ଷରେ ଷ୍ଟକ ବଜାରରେ ଉତ୍ସାହ ଜାରି ରହିଛି । ଜାନୁଆରି ୧ ପରି ଆଜି ଅର୍ଥାତ୍ ଜାନୁଆରି ୨ରେ ବି ଭାରତୀୟ ଷ୍ଟକ ବଜାରରେ  ବୃଦ୍ଧି ଦେଖିବାକୁ ମିଳିଛି । ବିଏସ୍ଇ ସେନସେକ୍ସ ୧୪୩୬.୩୦ ପଏଣ୍ଟ (୧.୮୩%) ବୃଦ୍ଧି ପାଇ ୭୯,୯୪୩.୭୧ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ମଧ୍ୟ ୪୪୫.୭୫ ପଏଣ୍ଟ (୧.୮୮%) ବୃଦ୍ଧି ସହ ୨୪,୧୮୮.୬୫ ପଏଣ୍ଟରେ ବନ୍ଦ ହୋଇଛି।

ଆଜି କାରବାର ଶେଷ ସୁଦ୍ଧା ସେନସେକ୍ସର ୩୦ଟି କମ୍ପାନି ମଧ୍ୟରୁ ୨୯ଟି କମ୍ପାନି ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ମାତ୍ର ୧ଟି କମ୍ପାନିର ସେୟାର କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ସେହିପରି ନିଫ୍ଟିର ୫୦ଟି ସେୟାର ମଧ୍ୟରୁ ୪୮ଟି ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ମାତ୍ର ୨ଟି କଂପାନି ହ୍ରାସ ସହ ବନ୍ଦ ହୋଇଛି। ଷ୍ଟକ ବଜାରରେ ଆଜିର ବୃଦ୍ଧି ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୬.୦୬ ଲକ୍ଷ କୋଟି ଟଙ୍କା ବୃଦ୍ଧି କରିଛି।

ସୂଚନାଯୋଗ୍ୟ, ଆଜି ଲଗାତାର ଦ୍ବିତୀୟ ଦିନ ପାଇଁ ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ବୁଧବାର, ଜାନୁଆରୀ ୧ରେ ଷ୍ଟକ ବଜାର ବୃଦ୍ଧି ସହ ବନ୍ଦ ହୋଇଥିଲା । ବୁଧବାର ସେନସେକ୍ସ ୩୬୮.୪ ପଏଣ୍ଟ ବୃଦ୍ଧି ପାଇ ୭୮,୫୦୭.୪୧ ପଏଣ୍ଟ ଓ ନିଫ୍ଟି ୯୮.୧ ପଏଣ୍ଟ ବୃଦ୍ଧି ପାଇ ୨୩,୭୪୨.୯୦ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଡିସେମ୍ବର ୩୧ତାରିଖରେ ସେୟାର ମାର୍କେଟ ହ୍ରାସ ସହ ବନ୍ଦ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe