ଜଗନ୍ନାଥଙ୍କ ନିକଟକୁ ଗଜାମୁଗ, ଜାମୁକୋଳି, ଡାଳିମ୍ବ ଓ ଆମ୍ବ ନୈବେଦ୍ୟ ପଠାଇଲେ ମୋଦି

Advertisment
ଜଗନ୍ନାଥଙ୍କ ନିକଟକୁ ଗଜାମୁଗ, ଜାମୁକୋଳି, ଡାଳିମ୍ବ ଓ ଆମ୍ବ ନୈବେଦ୍ୟ ପଠାଇଲେ ମୋଦି

ଭୁବନେଶ୍ୱର: ରଥଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଶନିବାର ଦିନ ଟୁଇଟ୍‌ ଜରିଆରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମ ଦେଶ ସମୃଦ୍ଧିର ନୂତନ ଶିଖର ଆରୋହଣ କରୁ। ପ୍ରତ୍ୟେକ ଭାରତୀୟ ସୁଖୀ ଓ ସମୃଦ୍ଧିଶାଳୀ ହୁଅନ୍ତୁ। ଜୟଜଗନ୍ନାଥ!

ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ତିନି ଦିଅଁଙ୍କ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି।


ବାର୍ଷିକ ରଥଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପାରମ୍ପରିକ ନୈବେଦ୍ୟ ପଠାଇଛନ୍ତି।
ଗତ କେତେ ବର୍ଷ ହେବ ରଥଯାତ୍ରା ପୂର୍ବରୁ ମୋଦି ନୈବେଦ୍ୟ ପଠାଇ ଆସୁଛନ୍ତି।

ମନ୍ଦିରର ମୁଖ୍ୟ ପୁରୋହିତ ଦିଲୀପଦାସଜୀ ମହାରାଜ କହନ୍ତି: ସବୁ ଥର ପରି ପ୍ରଧାନମନ୍ତ୍ରୀ ନିଜ କଥା ରଖି ଗଜାମୁଗ, ଜାମୁକୋଳି, ଡାଳିମ୍ବ ଓ ଆମ୍ବ ପଠାଇଛନ୍ତି। ଏ ସବୁ ପ୍ରଭୁ ଜଗନ୍ନାଥଙ୍କୁ ଲାଗି କରାଯିବ।

ମନ୍ଦିରର ଟ୍ରଷ୍ଟି ମହେନ୍ଦ୍ର ଝା କହନ୍ତି: ଆଦ୍ୟ କାଳରେ ଅଳ୍ପ କିଛି ଦିନ ମୋଦି ମନ୍ଦିରରେ ରହୁଥିଲେ। ଜୀବନର ଆଦ୍ୟ କାଳରେ ଅନାମଧ୍ୟେୟ ଥିବା ମୋଦି ଏହି ମନ୍ଦିର ସହ ସମ୍ପୃକ୍ତ ଥିଲେ।

ରଥଯାତ୍ରା ସମୟରେ ଗଜାମୁଗ ଓ ଜାମୁକୋଳି ଜଗନ୍ନାଥଙ୍କୁ ଲାଗି କରାଯିବାର ପାରମ୍ପରିକ ବିଧି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe